Friday , August 12 2022
Breaking News
Home / ତାଜା ଖବର / Breaking News : ପନିକି ରେ ହାଣି ମା କୁ ହତ୍ୟା କରିଛି ଜନ୍ମକଲା ପୁଅ

Breaking News : ପନିକି ରେ ହାଣି ମା କୁ ହତ୍ୟା କରିଛି ଜନ୍ମକଲା ପୁଅ

କଟକ ୦୬/୦୭/୨୦୨୨(ଓଡ଼ିଶା ସମାଚାର)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସୁକରପଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପନିକିରେ ମା’କୁ ହାଣିଛି ନିଜ ଜନ୍ମକଲା ପୁଅ । ନିଶ୍ଚିନ୍ତକୋଇଲି ଥାନା ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁର ୧୦ନମ୍ବର ଓ୍ବାର୍ଡରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ଆଜି ବୁଧବାର ସକାଳେଏଭଳି ଘଟଣା ଘଟିଛି । ନିଜ ମା’ର ବେକକୁ ପନିକିରେ ହାଣି ହତ୍ୟା କରିଛି ଜନ୍ମକଲା ପୁଅ । ମୃତ ମା ହେଉଛନ୍ତି  ପ୍ରମିଳା ସ୍ବାଇଁ । ମାକୁ ହତ୍ୟା କରିବା ପରେ ପୁଅ ଜିତେନ୍ଦ୍ର ସ୍ବାଇଁ (୨୧) ଫେରାର ହୋଇଯାଇଛି । ମା କୁ ନିଜ ଜନ୍ମକଲା ପୁଅ କାହିଁକି ଏପରି ପନିକିରେ ହାଣି ହତ୍ୟା କଲା, ତାହାର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ପାରିବାରିକ କଳହରୁ ମା’କୁ ପୁଅ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.