Thursday , August 18 2022
Breaking News
Home / କୃଷି / ସ୍ୱପ୍ନାରାଣୀ ଦାସ ପୁରୁଣାବସନ୍ତ ସମବାୟ ସମିତି ସଭାପତି ନିର୍ବାଚିତ

ସ୍ୱପ୍ନାରାଣୀ ଦାସ ପୁରୁଣାବସନ୍ତ ସମବାୟ ସମିତି ସଭାପତି ନିର୍ବାଚିତ

 ରଘୁନାଥପୁର, ୦୬/୦୭/୨୦୨୨(ଓଡ଼ିଶା ସମାଚାର)- କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରଘୁନାଥପୁର ଶାଖା ଅଧିନରେ ଥିବା ପୁରୁଣାବସନ୍ତ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଭାବେ ଶ୍ରୀମତୀ ସ୍ୱପ୍ନାରାଣୀ ଦାସ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସମିତିର ସମ୍ପାଦକ ବିଜୟ କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନରେ ଶ୍ରୀମତୀ ଦାସଙ୍କ ବ୍ୟତିତ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ନିର୍ବାଚନ ଅଧିକାରୀ ମନୋଜ କୁମାର ଭୋଇ ଶ୍ରୀମତୀ ଦାସଙ୍କୁ ସମିତିର ସଭାପତି ଭାବେ ଘୋଷଣା କରିଥିଲେ । ଏଥିରେ ସମସ୍ତ ବୋର୍ଡ଼ ମେମ୍ବର ଯଥା ବିଭୁ ରଂଜନ ସ୍ୱାଇଁ, ସଂଜୟ କୁମାର ରାଉତ, କୈଳାଶ ଚନ୍ଦ୍ର ସ୍ୱାଇଁ, ରାଜେନ୍ଦ୍ର କୁମାର ସ୍ୱାଇଁ, ଚୌଧୁରୀ ବିମଳ କାନ୍ତ ଦାସ,ସନ୍ତୋଷ କୁମାର ସତପଥି, ସଂଜୟ କୁମାର ବେହେରା, ଅଜୟ କୁମାର ସେଠୀ, ବୁଦ୍ଧେଶ୍ୱର ସାହୁ, ବୀର କିଶୋର ପାତ୍ର, ଭଗବାନ ଖୁଂଟିଆ, ହରେକୃଷ୍ଣ ମୁଦୁଲୀ, ଅଭୟ କୁମାର ସାହୁ, ଉଷାରାଣୀ ଦ୍ୱିବେଦୀ ଉପସ୍ଥିତ ଥିବାବେଳେ କର୍ମଚାରୀ ଦୂର୍ଗା ପ୍ରସାଦ ଦାସ , ପ୍ରଫୁଲ କୁମାର ସେଠୀ ନିର୍ବାଚନ ପରିଚାଳନାରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓସ୍ତପୁର ପ୍ରାଥମିକ ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୨(ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ …

Leave a Reply

Your email address will not be published.