Thursday , August 18 2022
Breaking News
Home / ବିଶେଷ / ଶ୍ରୀସତ୍ୟସାଇ ସେବା ସଂଗଠନ ପକ୍ଷରୁ ଅସହାୟଙ୍କ ଗୃହ ନିର୍ମାଣ

ଶ୍ରୀସତ୍ୟସାଇ ସେବା ସଂଗଠନ ପକ୍ଷରୁ ଅସହାୟଙ୍କ ଗୃହ ନିର୍ମାଣ

କେନ୍ଦ୍ରାପଡ଼ା, ୦୬/୦୭/୨୦୨୨(ଓଡ଼ିଶା ସମାଚାର)- ଶ୍ରୀସତ୍ୟସାଇ ସେବା ସଂଗଠନ, ଭୁବନେଶ୍ୱର ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା ସଂଗଠନ ସହଯୋଗରେ ଠାକୁରପାଟଣା ପଂଚାୟତର ଖସାପଡିଆ ଗ୍ରାମର ଜନୈକ ଅସହାୟ ବ୍ୟକ୍ତି ଚିନ୍ମୟ କୁମାର ମଲ୍ଲିକ(ବୁଲୁ)ଙ୍କ ପାଇଁ ଏକ ପକ୍କାଗୃହ ନିର୍ମାଣ ଚାଲିଛି । ଖୁବଶୀଘ୍ର ସେହି ପକ୍କାଗୃହର ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ବୁଲୁଙ୍କୁ ହସ୍ତାନ୍ତର କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲା ସଂଗଠନ ପକ୍ଷରୁ କୁହାଯାଇଛି । ସେହିବ୍ୟକ୍ତି ଜଣଙ୍କ ସଂପୂର୍ଣ୍ଣ ନିରାଶ୍ରୟ ତଥା ୩ଟି କନ୍ୟା ସନ୍ତାନର ଜନକ ଅଟନ୍ତି । ଠାକୁରପାଟଣାର ପୂର୍ବତନ ସମିତି ସଭ୍ୟ ସୁଲେଖ କୁମାର ସାହୁ ବୁଲୁଙ୍କ ଗୃହ ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.