Tuesday , September 27 2022
Breaking News
Home / ବିଶେଷ / ରେଢ଼ୁଆ କଲେଜ ରେ ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରେଢ଼ୁଆ କଲେଜ ରେ ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରଘୁନାଥପୁର,୦୬/୦୭/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ବିଧାୟକଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆଜି ଜଗତସିଂହପୁର ଜିଲା ର ପୂର୍ବତନ ମନ୍ତ୍ରୀ ତଥା ଦିବଂଗତ ନେତା ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଦାସଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ତିର୍ତୋଲ ବିଧାୟକ ଶ୍ରୀଯୁକ୍ତ ବିଜୟ ଶଙ୍କା ଦାସ ରଘୁନାଥପୁର ଗସ୍ତ କରି ପ୍ରଥମେ ରଘୁନାଥପୁର ବ୍ଲକ୍ ଛକ ସ୍ଥିତ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ, ବିଷ୍ଣୁ ଚରଣ ଦାସ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାର ସୁଫଳ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥି ସହିତ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ଅଧିକ ସଂଖ୍ୟାରେ ଭୋଟ ଦେଇ ଜିତାଇବା ସହିତ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଉଦବୋଧନ ଦେଇଥିଲେ । ଏହାପରେ ରେଢ଼ୁଆ କଲେଜ ନିକଟରେ ଥିବା ଆଦିବାସୀ ସାହିକୁ ଗସ୍ତ କରିବା ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ପରେ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ଚାରା ରୋପଣ କରାଯିବା ସହିତ ଏହାକୁ ବଂଚାଇ ରଖିବାର ଦାୟିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅର୍ପଣ କରି ଗଛ ଟିଏ ବଂଚିଲେ ପରିବେଶ ବଂଚିବା ସହିତ ଜୀବ ଜଗତ ସୁରକ୍ଷିତ ରହିବ ବୋଲି ପ୍ରକାଶ କରିଥିଲେ । ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା, ବ୍ଲକ୍ ଅଧ୍ୟକ୍ଷା ଶ୍ରମତୀ ଲକ୍ଷ୍ମୀ ବେହେରା , ଜିଲା ପରିଷଦ ସଭ୍ୟା ଇତିଶ୍ରୀ ମଲିକ୍ , ଯୁବ ନେତା ତାରାକାନ୍ତ ଜେନା, ଯୋସେଫ କୁମାର ସ୍ୱାଇଁ, ରହିମ ଖାଁ, ସରୋଜ କୁମାର ଦାସ, ସରପଂଚ ପ୍ରଭାସିନୀ ପ୍ରଧାନ, ସରପଂଚ କିଶୋର ଚନ୍ଦ୍ର ବେହେରା, ସମିତି ସଭ୍ୟା ସରସ୍ୱତୀ ହାଂସଦା, ପ୍ରଦୀପ୍ତ କୁମାର ମହାନ୍ତି, ପ୍ରକାଶ ମଲିକ ଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ , ଛାତ୍ର ଛାତ୍ରୀ ଓ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.