Friday , August 12 2022
Breaking News
Home / ଶିକ୍ଷା / ମାଟ୍ରିକ୍ ରେଜଲ୍ଟ ବାହାରିଲା, ପାସ୍ ହାର ୯୦.୫୫ ପ୍ରତିଶତ

ମାଟ୍ରିକ୍ ରେଜଲ୍ଟ ବାହାରିଲା, ପାସ୍ ହାର ୯୦.୫୫ ପ୍ରତିଶତ

କଟକ, ୦୬/୦୭/୨୦୨୨(ଓଡ଼ିଶା ସମାଚାର)- ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । କଟକସ୍ଥିତ ବୋର୍ଡ ଅଫିସରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ଆନୁଷ୍ଠାନିକ ଭାବରେ ରେଜଲ୍ଟ ଘୋଷଣା କରିଛନ୍ତି । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ପାସ୍ ହାର ରହିଛି ୯୦.୫୫ ପ୍ରତିଶତ । ଅନୁଗୁଳ ଜିଲାର ଗୋଟିଏ ଏବଂ ମାଲକାନାଗିରି ର ୨ ଟି ବିଦ୍ୟାଳୟର ଶତ ପ୍ରତିଶତ ଫେଲ ହୋଇଥିବାବେଳେ ୧୧୭୦ ଟି ବିଦ୍ୟାଳୟର ଶତ ପ୍ରତିଶତ ପାସ କରିଛନ୍ତି । ଛାତ୍ରଙ୍କର ପାସ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କର ପାସ ହାର ୯୨.୩୭ ପ୍ରତିଶତ ରହିଛି ।

୫ ଲକ୍ଷ ୧୭ ହଜାର ୮୪୭ ପିଲା ପାସ କରିଥିବାବେଳେ ୮ ହଜାର ୬୯୯ ଜଣ ଫେଲ ହୋଇଛନ୍ତି । ସେମଧ୍ୟରୁ ୨ ଲକ୍ଷ ୫୬ ହଜାର ୮୭୭ ଜଣ ଛାତ୍ର, ୨ ଲକ୍ଷ ୬୦ ହଜାର ୯୭୦ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ-୧ରେ ୮୧୧୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଏ-୨ରେ ୫୪ ହଜାର ୮୮୯ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ମନରେ ଅସନ୍ତୋଷ ଥିଲେ ଆସନ୍ତା ଜୁଲାଇ ୧୧ ତାରିଖରୁ ୨୫ ତାରିଖ ପର୍ୟ୍ୟନ୍ତ ରି-ଚେକିଂ ପାଇଁ ଅନଲାଇନରେ ଆବେଦନ କରିବାକୁ ସୁଯୋଗ ରହିଛି । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.