Thursday , August 18 2022
Breaking News
Home / ଶିକ୍ଷା / ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଜୁନାଗଡ଼,୦୬/୦୭/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି।ବନ ବିଭାଗ ଓ ବିଦ୍ୟାଳୟ ଇକୋ କ୍ଲବ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ବେଦବ୍ୟାସ ଭୋଇ ମୂଖ୍ୟଅତିଥି ଭାବେ ଯୋଗଦାନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେଞ୍ଜର ସୀମାଞ୍ଚଳ ମିଶ୍ର, ଫରେଷ୍ଟର ନିହାର ରଞ୍ଜନ ଠାକୁର, ଜୟଦେବ ମାଝୀ, ଫରେଷ୍ଟ ଗାର୍ଡ କାହ୍ନୁ ତ୍ରିପାଠୀ,ଗଙ୍ଗା ବେହେରା,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବୃକ୍ଷ ରୋପଣ ବ୍ୟାପକ କରାଯିବ ବୋଲି ଆଲୋଚନା ହୋଇଥିଲା। ଓଡ଼ିଶା ସମାଚାର

About admin

Check Also

କଲେଜ କଳା ବିଭାଗର ଟପ୍ପର ସୁପ୍ରଭା ଅଧ୍ୟାପିକା ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗର ଶିକ୍ଷା ସମ୍ମାନ ଛାତ୍ରୀ ସୁପ୍ରଭା …

Leave a Reply

Your email address will not be published.