Wednesday , September 28 2022
Breaking News
Home / ବିଶେଷ / ବନ ମହୋତ୍ସବ ପାଳିତ

ବନ ମହୋତ୍ସବ ପାଳିତ

ଗରଦପୁର , ୦୬/୦୭/୨୦୨୨(ଓଡ଼ିଶା ସମାଚାର)- ବନ୍ତଳା ହାଇସ୍କୁଲ ର ଇକୋ କ୍ଲବ୍ ଓ ସ୍ୱେଛାସେବୀ ଅନୁଷ୍ଠାନ ଗ୍ରୀନ ଡ଼େଭଲପମେଂଟ ଫାଉଣ୍ଡେସନ୍ ର ମିଳିତ ଆନୁକୂଲ୍ୟରେ ହାଇସ୍କୁଲ ପରିସରରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ସଚେତନତା ସଭା , ବୃକ୍ଷ ରୋପଣ , ମାଗଣା ଚାରା ବଂଟନ ଓ ଜନ ସଚେତନତା ପଦଯାତ୍ରା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗ୍ରୀନ ଡ଼େଭଲପମେଂଟ ଫାଉଣ୍ଡେସନ୍ ର ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା ଯୋଗଦେଇ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ଶିବପ୍ରସାଦ ସିଂ ଯୋଗଦେଇ ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତନକୁ ରୋକିବାକୁ ହେଲେ ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜ ବାଡ଼ି ବଗିଚାରେ ଚାରା ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ପରିଡ଼ା , ପ୍ରାକ୍ତନ ଶିକ୍ଷକ ସାରଦା ପ୍ରସାଦ ସତପଥି, ପ୍ରଶାନ୍ତ ମିଶ୍ର, ବୈଦ୍ୟନାଥ ସ୍ୱାଇଁ ଓ ମୁଖ୍ୟ ବକ୍ତା ଭାବେ ଯୋଗାଚାର୍ଯ୍ୟ ଅନାମ ମୁନୀ ଯୋଗଦେଇ ମାନବୀୟ ଅବକ୍ଷୟକୁ ରୋକିବାକୁ ହେଲେ ପରିବେଶ ପ୍ରଦୁଷଣକୁ ରୋକିବାକୁ ହେବ । ବହୁଳ ଭାବରେ ବୃକ୍ଷ ରୋପଣ କରିବାକୁ ସେ କହିଥିଲେ । ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ କରିବାକୁ , ଦେଶି ଗାଈ ପାଳନ, ଜୀବ ପ୍ରତି ଦୟା ,ଗୋଚର ଜମି ସୁରକ୍ଷା, ପଲିଥିନ ଉତ୍ପାଦନ ଓ ବ୍ୟବହାର ବନ୍ଦ ରଖିବାକୁ ପଡ଼ିବ ବୋଲି ସେ ମତବ୍ୟକ୍ତ କରିଥିଲେ । ପରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ନଡ଼ିଆ, ଆମ୍ବ , ପଣଷ, ପିଜୁଳି, ଆକାଶିଆ, ଝାଉଁ , କୃଷ୍ଣ ଚୁଡ଼ା, ରାଧା ଚୁଡ଼ା ଆଦି ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ନାୟକ ସଭା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.