ଡେରାବିଶ ବ୍ଲକର ମୋନାଶ୍ରୀ ବିଶ୍ୱାଳ ଜିଲ୍ଲା ଟପ୍ପର
କେନ୍ଦ୍ରାପଡ଼ା, ୦୬/୦୭/୨୦୨୨(ଓଡ଼ିଶା ସମାଚାର)-ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ବୁଧବାର ଅପରାହ୍ନରେ ପ୍ରକାଶ ପାଇଛି । ଡେରାବିଶ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୋନାଶ୍ରୀ ବିଶ୍ୱାଳ ମୋଟ ୬୦୦ ନମ୍ବରରୁ ୫୮୫ ନମ୍ବର ଅର୍ଥାତ ୯୭.୫୭ ପ୍ରତିଶତ ମାର୍କ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୩୪୩ଟି ଉଚ୍ଚ ବିଦ୍ୟାଳୟର ମୋଟ ୨୦ ହଜାର ୫୫୪ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ପୁରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୯ହଜାର ୪୬୭ଜଣ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୯ ହଜାର ୨୮୧ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଅର୍ତାତ ୯୩.୮୧ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିରୁ୨୫୩ ଜଣ ଛାତ୍ରଛାତ୍ରୀ ଏ-୧ଗ୍ରେଡ ରେ ପାସ କରିଥିବା ବେଳେ
୨୩୫୪ ଜଣ ଛାତ୍ରଛାତ୍ରୀ ଏ-୨ଗ୍ରେଡ ରେ, ବି-୧ଗ୍ରେଡ୍ ରେ ୫୩୬୩ ଜଣ ଛାତ୍ରଛାତ୍ରୀ, ବି-୨ଗ୍ରେଡ୍ ରେ ୫୬୧୧ଜଣ, ସି – ଗ୍ରେଡ୍ ରେ ୩୫୮୧ଜଣ , ଡି-ଗ୍ରେଡ୍ ରେ ୧୬୩୧ଜଣ ଓ ଇ-ଗ୍ରେଡ୍ ରେ ୪୮୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୧୭୧ଜଣ ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ୧୫ ଜଣ ଛାତ୍ରଛାତ୍ରୀ କପି କରି ଧରାପଡିଥିଲେ । ସେହିପରି ଏକ୍ସ-ରେଗୁଲାରରେ ଜିଲ୍ଲାର ୫୨ଟି ଉଚ୍ଚ ବିଦ୍ୟାଳୟର ୧୧୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିବା ବେଳେ ସେଥି ମଧ୍ୟରୁ ୮୨ ଜଣ ପରୀକ୍ଷାଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିରୁ ବି-୧ ଗ୍ରେଡ୍ ରେ ୩ ଜଣ, ବି-୨ଗ୍ରେଡ ରେ ୧୧, ସି –ଗ୍ରେଡ୍ ରେ ୬, ଡି-ଗ୍ରେଡ ରେ ୧୫, ଇ-ଗ୍ରେଡ୍ ରେ ୮ ଜଣ ପାସ କରିଥିବା ବେଳେ ୨୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ପତ୍ର ବିନିମୟ ପରୀକ୍ଷାରେ ୩ ଜଣ ପରୀକ୍ଷା ଦେଇଥିବା ବେଳେ ଜଣେ କୃତକାର୍ଯ୍ୟ ହୋଇଛନ୍ତି ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପିତବାସ ପଣ୍ଡାଙ୍କ ଠାରୁ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର