Thursday , August 18 2022
Breaking News
Home / ଶିକ୍ଷା / ଡମଶାଳ ହାଇସ୍କୁଲ ‘ବନ ମହୋତ୍ସବ’ରେ ଶତାଧିକ ଚାରା ରୋପଣ

ଡମଶାଳ ହାଇସ୍କୁଲ ‘ବନ ମହୋତ୍ସବ’ରେ ଶତାଧିକ ଚାରା ରୋପଣ

ଭୁବନ,୦୬/୦୭/୨୦୨୨(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଓଡିଶ ପଂଚାୟତ  ଅନ୍ତର୍ଗତ ଡମଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଭୂତି ଭୂଷଣ ଷଡଙ୍ଗୀ ଆନୁଷ୍ଠାନିକଭାବେ ଏହାକୁ ଉଦଘାଟନ କରି ବୃକ୍ଷ ରୋପଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ପରେ ବିଦ୍ୟାଳୟର ଶିକ୍ଷକ ଛବି ସାହୁ, ସତ୍ୟରଂଜନ ଦାଶ, ପ୍ରମୋଦ କୁମାର ଭୋଇ, ଅଜିତକୁମାର ନାୟକ , ଭଗବାନ ଦେହୁରୀ , ପ୍ରସନ୍ନକୁମାର ମଲ୍ଲିକ , ବିକାଶକୁମାର ସାହୁ , ଅନିଲକୁମାର ସେଠୀ ,ମିହିରରଂଜନ ନନ୍ଦ , ଇନ୍ଦ୍ରମଣି ସାହୁ , ପ୍ରକାଶଚନ୍ଦ୍ର ଦଳେଇ , ଶିକ୍ଷୟିତ୍ରୀ ଲିଳାବତୀ ବେହେରା , ଚିନ୍ମୟୀ ମିଶ୍ର  ,  କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ଙ୍କ ସହଯୋଗରେ ଆମ୍ବ , ବଉଳ , ଜାମୁ , ନିମ୍ବ, କଇଥ ,କରଂଜ ଇତ୍ୟାଦି ଶତାଧିକ ଚାରା ରୋପଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କଲେଜ କଳା ବିଭାଗର ଟପ୍ପର ସୁପ୍ରଭା ଅଧ୍ୟାପିକା ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗର ଶିକ୍ଷା ସମ୍ମାନ ଛାତ୍ରୀ ସୁପ୍ରଭା …

Leave a Reply

Your email address will not be published.