Thursday , August 18 2022
Breaking News
Home / ବିଶେଷ / ଜଣେ ହେଲେ ପ୍ରାର୍ଥୀ ପତ୍ର ନ ନେଵାରୁ ସଦର ବ୍ଲକ ଚେୟାରମେନ ନିର୍ବାଚନ ଵାତିଲ

ଜଣେ ହେଲେ ପ୍ରାର୍ଥୀ ପତ୍ର ନ ନେଵାରୁ ସଦର ବ୍ଲକ ଚେୟାରମେନ ନିର୍ବାଚନ ଵାତିଲ

କଟକ ସଦର, ୦୬/୦୭/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)-କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଆଜି ବୁଧବାର ନିର୍ବାଚନ ହେଵାକୁ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଥିବା ଵେଳେ କେହି ଜଣେ ହେଲେ ସମିତି ସଭ୍ୟ/ ସଭ୍ୟା ନିର୍ଧାରିତ ସମୟ ୧୧ ଟା ସୁଦ୍ଧା ପ୍ରାର୍ଥୀ ପତ୍ର ନେଇ ନଥିଵାରୁ ନିର୍ବାଚନ ଵାତିଲ ହୋଇଥିବା ଜଣାପଡିଛି। ଖାଲିଥିବା ଗତିରାଉତପାଟଣା ସମିତି ସଭ୍ୟା ଆସନ ପାଇଁ ନିର୍ବାଚନ ନକରି ପଞ୍ଚାୟତ ସମିତି ଅଧ୍ୟକ୍ଷା ପାଇଁ ନିର୍ବାଚନ କରାଯାଉ ଥିଵାରୁ କେହି ନାମାଙ୍କନ କରିଵେ ନାହିଁ ବୋଲି ଗତ ଜୁନ୍ ୨୬ ତାରିଖରେ ‘ଓଡିଶା ସମାଚାର’ ରେ ପ୍ରକାଶିତ ପୂର୍ବାନୁମାନ ଵାସ୍ତଵରେ ଆଜି ସତରେ ପରିଣତ ହୋଇଛି। ସୂଚନାଯୋଗ୍ୟ ଯେ ଗତିରାଉତପାଟଣା ପଞ୍ଚାୟତ ର ଅପ୍ରତିଦ୍ଵନ୍ଦୀ ସମିତିସଭ୍ୟା ତଥା ପଞ୍ଚାୟତ ସମିତି ର ଅପ୍ରତିଦ୍ଵନ୍ଦୀ ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ରାଉତଙ୍କ ଅକାଳ ବିୟୋଗ ଫଳରେ ଦୁଇଟି ଯାକ ଆସନ ଖାଲି ପଡିଥିଲା।ହେଲେ ଆଗ ସମିତି ସଭ୍ୟା ପାଇଁ ନିର୍ବାଚନ କରାନଯାଇ ପଞ୍ଚାୟତ ସମିତି ଚେୟାରମେନ ନିର୍ବାଚନ କରାଯାଇ ଥିଵାରୁ ଏହାର ପ୍ରତିବାଦ ସ୍ବରୂପ କେହି ନିର୍ବାଚନରେ ଭାଗ ନେଲେ ନାହିଁ ଵୋଲି ଚର୍ଚ୍ଚା ହେଉଛି।ଏହା ଦ୍ୱାରା ନିର୍ବାଚନ କମିଶନଙ୍କ ଦୁରଦୃଷ୍ଟି ନଥିଵା ଅଭିଯୋଗ ହେଉଛି।ଆଜିର ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଅଧିକାରୀ ଭାଵେ ସଦର ତହସିଲଦାର ସମ୍ଵିତ ଗଡ଼ନାୟକ,ଵିଡିଓ ରାଜୀଵ ଲୋଚନ ପରିଡା,ଏଵିଡିଓ ଝାଡେଶ୍ୱର ଦାସ୍, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ଯାଜ୍ଞସେନୀ ଗୋଛୟତ ଉପସ୍ଥିତ ଥିଲେ ସୁଦ୍ଧା ନିର୍ଧାରିତ ସମୟ ୧୧ ଟା ପର୍ୟ୍ୟନ୍ତ କେହି ନାମାଙ୍କନ ପତ୍ର ନେଇ ନଥିବାରୁ ନିର୍ବାଚନ ବାତିଲ ହେଲା ଵୋଲି ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଗତିରାଉତପାଟଣା ପଞ୍ଚାୟତ ର ଖାଲି ଥିଵା ସମିତି ସଭ୍ୟା ଆସନ ପାଇଁ ଯଥାଶୀଘ୍ର ନିର୍ବାଚନ କରିଵାକୁ ନିର୍ବାଚନ ଆୟୁକ୍ତ ଙ୍କ ଉଦ୍ଦେଶ୍ୟରେ ଵିଡିଓ ଙ୍କୁ ସମିତି ସଭ୍ୟ/ ସଭ୍ୟାମାନେ ଦାଵି ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.