Thursday , August 18 2022
Breaking News
Home / ବିଶେଷ / ଗେଲ୍ ଇଣ୍ଡିଆ ପାଇପ କାଟିନେଇ ପାରିଲେନି ଦୁର୍ବୃତ

ଗେଲ୍ ଇଣ୍ଡିଆ ପାଇପ କାଟିନେଇ ପାରିଲେନି ଦୁର୍ବୃତ

ମୋଟର ସାଇକେଲ , ପିକ ଅପ ଭ୍ୟାନ ଜବତ , ଆସାମୀ ଫେରାର

ଭୁବନ,୦୬/୦୭/୨୦୨୨(ଓଡ଼ିଶା ସମାଚାର)- ଭୁବନ ଥାନାରେ ନୂଆକରି ଯୋଗଦେଇଥିବା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁଙ୍କୁ ପ୍ରଥମ ଦିନରେ ପ୍ରଥମ ସଫଳତା ମିଳିଛି । ଭୁବନ ସହର ଦେଇ ଯାଇଥିବା ଗେଲ୍  ଇଣ୍ଡିଆ ର ଗ୍ୟାସ ପାଇପ ଲାଇନକୁ ଭୂଷଳ ପଂଚାୟତର ଅସୁରବନ୍ଧ ନିକଟରେ କେତେକ ଦୁର୍ବୃତ ରବିବାର ରାତିରେ ଗ୍ୟାସକଟରରେ କାଟି ପିକ ଅପ ଭ୍ୟାନରେ ନେଇଯିବାକୁ ଯୋଜନା କରିଥିଲେ । ରାତ୍ରିପେଟ୍ରୋଲିଂ କରୁଥିବା ଭୁବନ ପୋଲିସ ଏ ସଂପର୍କରେ ଖବର ପାଇ ଘଟଣା ସ୍ଥଳରେ ପହଁଚିବାମାତ୍ରେ ପୋଲିସକୁ ଦେଖି ଦୁର୍ବୃତମାନେ ଅନ୍ଧାରର ସୁଯୋଗରେ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ । ପୋଲିସ ଘଟଣାସ୍ଥଳରୁ ଏକ ମୋଟର ସାଇକେଲ ,  ଓଡି ୦୫ ଏଇ -୪୦୦୭ ନମ୍ବର ବିଶିଷ୍ଟ ପିକ ଅପ ଭ୍ୟାନ ,୨ ଟି ଗ୍ୟାସ ସିଲିଣ୍ଡର,  କଟର ,କଟାଯାଇଥିବା  ଖଣ୍ଡ ଖଣ୍ଡ ଟୁକୁଡା ପାଇପ ସବୁ ଜବତ କରି ଥାନାକୁ ଆଣିଥିଲା । ପରେ ଗେଲ ଇଣ୍ଡିଆ ଏ ସଂପର୍କରେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନଂ-୨୮୩/୨୨  ଦଫା ୩୭୯ ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଖୁବଶୀଘ୍ର ଆସାମୀ ମାନଙ୍କୁ ଧରାଯିବ ବୋଲି ଆଇଆଇସି ଶ୍ରୀଯୁକ୍ତ ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳର ଅସାମାଜିକ ବ୍ୟକ୍ତିମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ବୁଦ୍ଧିଜୀବୀ ମହଲରେ ନୂତନ ଥାନାଧିକାରୀ ଶ୍ରୀଯୁକ୍ତ ସ୍ୱାଇଁଙ୍କୁ ଉଚ୍ଚ ପ୍ରଶଂସା କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.