Thursday , August 18 2022
Breaking News
Home / ବିଶେଷ / ଇପିଏଫ୍ ପେନସନ୍ ସଂଘର ରାଜ୍ୟ କମିଟି ବୈଠକ ଅନୁଷ୍ଠିତ

ଇପିଏଫ୍ ପେନସନ୍ ସଂଘର ରାଜ୍ୟ କମିଟି ବୈଠକ ଅନୁଷ୍ଠିତ

କଟକ,୦୬/୦୬/୨୦୨୨(ଓଡ଼ିଶା ସମାଚର): ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ର ରାଜ୍ୟ କମିଟି ବୈଠକ  ଖାନନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଇପିଏଫ୍ ପେନସନ୍ ଭୋଗୀ ବରିଷ୍ଠ ନାଗରିକ ମାନଙ୍କ ପ୍ରତି କେନ୍ଦ୍ର ସରକାରଂକ କ୍ରମାଗତ ଅବହେଳା ପ୍ରତିବାଦରେ ରାଜ୍ୟ କମିଟି ନିଷ୍ପତି ଅନୁଯାୟୀ ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଓଡ଼ିଶାର ୩୦ଗୋଟି ଜିଲ୍ଲାରୁ ୩୦ହଜାରରୁ ଉର୍ଦ୍ଧ ହାତଲେଖା ପୋଷ୍ଟକାର୍ଡ ପଠାଯାଇଥିବାରୁ ରାଜ୍ୟ କମିଟି ତରଫରୁ ସମସ୍ତ ଜିଲ୍ଲା କମିଟି କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଓ ଅଭିନନ୍ଦନ ଜଣାଇ ପ୍ରସ୍ତାବ ଗୃହୀତ ହୋଇଛି। ସର୍ବନିମ୍ନ ମାସିକ ପେନସନ୍ ୯ହଜାର ଟଙ୍କା ସହ ମହଙ୍ଗାଭତ୍ତା ଦେବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ୍ ପ୍ରଦାନ ଏବଂ ସମସ୍ତ ଇପିଏଫ୍ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କୁ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା ଲାଗି ଏହି ପୋଷ୍ଟକାର୍ଡ ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବୀ ରଖାଯାଇଛି। ଏହି ସବୁ ଦାବୀ ଗୁଡ଼ିକ ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ଇପିଏଫ୍ ପେନସନ୍ ଭୋଗୀ ମାନେ ଆନ୍ଦୋଳନ ଲାଗି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ପ୍ରସ୍ତାବିତ ଆନ୍ଦୋଳନର ରୂପରେଖ ସ୍ଥିର କରିବା ଲାଗି ଚଳିତ ମାସ ୩୧ତାରିଖ ଦିନ ଭୁବନେଶ୍ଵର ଗୀତଗୋବିନ୍ଦ ସଦନ ଠାରେ ଏକ ରାଜ୍ୟ କନଭେନସନ୍ ଅନୁଷ୍ଠିତ ହେବ। ଏହି କନଭେନସନ୍ ରେ ୩୦ଟି ଜିଲ୍ଲାର ପ୍ରତିନିଧିଙ୍କ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସଭାପତି ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଉପଦେଷ୍ଟା ରଞ୍ଜନ କୁମାର ଖୁଣ୍ଟିଆ, ସର୍ବ ଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମାଙ୍କ ସମେତ ୩୨ ଜଣ ରାଜ୍ୟ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କର୍ମଚାରୀ ନେତା ସ୍ଵର୍ଗତ ଗୌରାଙ୍ଗ ଚରଣ ଖିଲାରଙ୍କ ସ୍ମୃତି ଉଦେଶ୍ୟରେ ବୈଠକ ଆରମ୍ଭରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଓଡ଼ିଶା ସମାଚର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.