Thursday , August 18 2022
Breaking News
Home / ଶିକ୍ଷା / ଅଙ୍କିତା  ଗରଦପୁର ବ୍ଳକ୍ ଟପ୍ପର ଓ ପ୍ରକାଶ ବ୍ଳକ୍ ର ୨ୟ ସ୍ଥାନରେ   

ଅଙ୍କିତା  ଗରଦପୁର ବ୍ଳକ୍ ଟପ୍ପର ଓ ପ୍ରକାଶ ବ୍ଳକ୍ ର ୨ୟ ସ୍ଥାନରେ   

  ଗରଦପୁର , ୦୬/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ମାଟ୍ରିକ୍ ପରୀକ୍ଷାରେ  ପାଟକୁରା ସରକାରୀ ହାଇସ୍କୁଲର  ଛାତ୍ରୀ ଅଙ୍କିତା ସାହୁ ଗରଦପୁର ବ୍ଳକର ଟପ୍ପର ହୋଇଛନ୍ତି ।  ସେହିପରି ଏହି ସରକାରୀ ହାଇସ୍କୁଲର ଛାତ୍ର ପ୍ରକାଶ ସାହୁ ବ୍ଳକର ୨ୟ ସ୍ଥନରେ ରହିଛନ୍ତି ।  ପାଟକୁରା ହାଇସ୍କୁଲର ଛାତ୍ରୀ ଅଙ୍କିତା ସାହୁ ମୋଟ ୫୮୪ ନମ୍ବର ରଖି ଗରଦପୁର ବ୍ଳକରେ ଟପ୍ପର ହୋଇଥିବାବେଳେ, ଏହି ହାଇସ୍କୁଲର ଛାତ୍ର ପ୍ରକାଶ ସାହୁ ମୋଟ ୫୭୮ ନମ୍ବର ରଖି ବ୍ଳକ୍ରେ ୨ୟ ସ୍ଥାନ ଅଧିକାର କରିଛନ୍ତି ବୋଲି ପାଟକୁରା ସରକରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ପ୍ରକାଶ କରିଛନ୍ତି ।

ଅଙ୍କିତା ସାହୁ

ଅଙ୍କିତାଙ୍କ ଘର ପାଟକୁରା ପଂଚାୟତର ସମସରା ଗ୍ରାମରେ ହୋଇଥିବାବେଳେ, ପ୍ରକାଶଙ୍କ ଘର ବେଡାରୀ ଗ୍ରାମରେ । ପାଟକୁରା ହାଇସ୍କୁଲର ମୋଟ ୮୨ ଜଣ ପରୀକ୍ଷା ଦେଇଥିବାବେଳେ,ସେମାନଙ୍କ ମଧ୍ୟରୁ ଏ-୧ ଶ୍ରେଣୀରେ ୩ଜଣ , ଏ-୨ଶ୍ରେଣୀରେ ୧୩ ଜଣ,ବି-୧ଶ୍ରେଣୀରେ ୨୬ଜଣ, ବି-୨ଶ୍ରେଣୀରେ ୨୩ଜଣ , ସି-ଶ୍ରେଣୀରେ ୧୧ଜଣ, ଡି-ଶ୍ରେଣୀରେ ୫ଜଣ ଓ ଇ-ଶ୍ରେଣୀରେ ଜଣେ ଉତିର୍ଣ୍ଣ ହୋଇଛନ୍ତି । ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ପାଟକୁରା ହାଇସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଓ ଛାତ୍ରାଭିଭାବକମହଲରେ ଆନନ୍ଦ ପ୍ରକାଶ ପାଇଛି ।  ସେହିପରି ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର ପଂଚାୟତ ନାଗମଣୀ ହାଇସ୍କୁଲରେ ମାଟ୍ରିକ୍ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ଉତିର୍ଣ୍ଣ ହୋଇଛନ୍ତି । ଏହି ବିଦ୍ୟାଳୟରେ ମୋଟ ୪୧ ଜଣ ପରୀକ୍ଷା  ଦେଇଥିବାବେଳେ, ଏ-୧ଶ୍ରେଣୀରେ ୩ ଜଣ,ଏ-୨ଶ୍ରେଣୀରେ ୧୬ଜଣ,ବି-୧ ଶ୍ରେଣୀରେ ୧୦ଜଣ,ବି-୨ଶ୍ରେଣୀରେ ୬ଜଣ,ସି-ଶ୍ରେଣୀରେ ୪ଜଣ ଓ ଡି-ଶ୍ରେଣୀରେ ୨ଜଣ   ଉତିର୍ଣ୍ଣ ହୋଇଛନ୍ତି  । ଓଡ଼ିଶା ସମାଚାର

About admin

Check Also

କଲେଜ କଳା ବିଭାଗର ଟପ୍ପର ସୁପ୍ରଭା ଅଧ୍ୟାପିକା ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗର ଶିକ୍ଷା ସମ୍ମାନ ଛାତ୍ରୀ ସୁପ୍ରଭା …

Leave a Reply

Your email address will not be published.