Thursday , August 18 2022
Breaking News
Home / କୃଷି / ମନୋଜ କୁମାର ମହାନ୍ତି ତୃତୀୟ ଥର ନିଦ୍ୱର୍ନ୍ଦରେ ଉତରକୂଳ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚିତ 

ମନୋଜ କୁମାର ମହାନ୍ତି ତୃତୀୟ ଥର ନିଦ୍ୱର୍ନ୍ଦରେ ଉତରକୂଳ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚିତ 

ତାରପୁର, ୦୫/୦୭/୨୦୨୨(ଓଡ଼ିଶା ସମାଚାର)-କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରଘୁନାଥପୁର ଶାଖା ଅଧିନରେ ଥିବା ଉତରକୂଳ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଭାବେ ମନୋଜ କୁମାର ମହାନ୍ତି ତୃତୀୟ ଥର ପାଇଁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସମିତିର ସମ୍ପାଦକ ଅବିନାଶ ରାଉତ ଙ୍କ ଉପସ୍ଥିତିରେ  ସୋମବାର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ତାରିଖ ଥିବାବେଳେ ଶ୍ରୀ ମହାନ୍ତି ଙ୍କ ବ୍ୟତିତ ଅନ୍ୟ କେହି ଉକ୍ତ ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ଫଳରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ସାଗର କୁମାର ସେଠୀ ଶ୍ରୀ ମହାନ୍ତିଙ୍କୁ ସଭାପତି ଭାବେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବୋର୍ଡ଼ ମେମ୍ବର ଯଥା ରମାକାନ୍ତ ମଲ, ଭିକାରୀ ଚରଣ ସାହୁ, ମନୋରମା ରାଉତ, ଜାନକୀ ବଲଭ ପରିଡ଼ା, କ୍ଷିରୋଦ ବେଉରା, ବୈଲୋଚନ ସେଠୀ, ସ୍ମୃତି ରଂଜନ ଖୁଂଟିଆ, ଗିରିଶ ମହାପାତ୍ର,କୈଳାଶ ବେଉରା, ସୁକାନ୍ତ ସାମଲ, ପ୍ରତାପ ଚନ୍ଦ୍ର ଦାସ, ବିଜ୍ଞାନ ମହାନ୍ତି  ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ, ମହମ୍ମଦପୁର ପୂର୍ବତନ ସରପଂଚ ସରୋଜ କୁମାର ବେହେରା, କିଶୋର ଚନ୍ଦ୍ର ସାହୁ  ଉପସ୍ଥିତ ଥିଲେ । ଏହାକୁ ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ ସ୍ୱାଗତ କରିଥିବାବେଳେ ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଓ ସମସ୍ତ ଚାଷୀ ଭାଇ ମାନଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । କର୍ମଚାରୀ ରାଜେସ କୁମାର ସାହୁ, ସୌରୀପ୍ରସାଦ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓସ୍ତପୁର ପ୍ରାଥମିକ ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୨(ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ …

Leave a Reply

Your email address will not be published.