Thursday , August 18 2022
Breaking News
Home / ବିଶେଷ / ବାବୁଜଙ୍ଗ ବାଲିଘାଟ ପାଇଁ ଦୁର୍ଦଶା ଭୋଗୁଛନ୍ତି ହଜାର ହଜାର ସାଧାରଣ ଲୋକ 

ବାବୁଜଙ୍ଗ ବାଲିଘାଟ ପାଇଁ ଦୁର୍ଦଶା ଭୋଗୁଛନ୍ତି ହଜାର ହଜାର ସାଧାରଣ ଲୋକ 

କିଶନନଗର, ୦୫/୦୭/୨୦୨୨(ଓଡ଼ିଶା ସମାଚାର)- କଟକ ଜିଲା କିଶନନଗର ତହସିଲ ଉତରକୂଳ ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ବାବୁଜଙ୍ଗ ବାଲିଘାଟ ପାଇଁ ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳର ହଜାର ହଜାର ସାଧାରଣ ଲୋକ ନାହିଁନଥିବା ଦୁର୍ଦ୍ଧଶା ଭୋଗ କରୁଛନ୍ତି । ଏହି ବାଲିଘାଟ ଚାଲିବା ଦ୍ୱାରା ମହାନଦୀ ନର୍ଥ ଜଳ ସମ୍ପଦ ବିଭାଗ ଅଧିନରେ ଥିବା ଓରିକଂଟା ଡ଼ିଭିଜନ୍ ର ପାଳଦା ଠାରୁ ମାହାଳ ହାଟ ପର୍ଯ୍ୟନ୍ତ ଦୀର୍ଘ ୭ କିମି ନଦୀ ବନ୍ଧ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।  ଏହି ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ଖମା ସୃଷ୍ଟି ହେବା ସହିତ ରାସ୍ତା ରୁ ପିଚୁ ସମ୍ପୂର୍ଣ୍ଣ ଉଠି ଗଲାଣି । ଏହୀ ରାସ୍ତା ଉପରେ ନିର୍ଭର କରୁଥିବା ପାଳଦା, ସୁଦୁଖଣ୍ଡ, ପାଣିମାଣ୍ଡୁଅ, ବାବୁଜଙ୍ଗ, ଉତରକୂଳ ଆଦି ପଂଚାୟତ ସମେତ ଆହୁରୀ ଅନେକ ପଂଚାୟତର ଲୋକ ନିଜ ଗନ୍ତବ୍ୟ ପଥକୁ ଯିବା ଆସିବା କରିବା ପାଇଁ ଭୟ କରୁଛନ୍ତି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଦୁଇଟି ଚାରି ଚକିଆ ଯାନ ପରଷ୍ପରକୁ ଅତିକ୍ରମ କରିବା କାଠିକର ପାଟ ହେଉଥିବାବେଳେ ଏହି ରାସ୍ତାରେ ଦୈନିକ ସାଇକେଲ ଓ ମୋଟରସାଇକେଲ ଆରୋହୀମାନେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି । ନଦୀ ବନ୍ଧରେ ପ୍ରତ୍ୟେକ ଦିନ ୩୦୦ ରୁ ୪୦୦ ପର୍ଯ୍ୟନ୍ତ ବାଲି ବୋଝେଇ ହାଇୱା ୫୦ ଟନ୍ ରୁ ଅଧିକ ଓଦା ବାଲି ନେଇ ଯାତାୟତ କରୁଥିବାବେଳେ କୌଣସି ଠାରେ ରାସ୍ତା ମରାମତି କରାଯାଉନାର୍ହି । ଏଠାରେ ଲିଜ ଅବଧି ଠାରୁ ବହୁ ଅଧିକ ବାଲି ଖୋଳାଯାଇ ବିନା ଫର୍ମରେ ରାତି ଅଧିଆ ଚାଲାଣ ହେଉଥିଲେ ବି ରାଜସ୍ୱ ବିଭାଗ ପକ୍ଷରୁ ଏହାର ତଦାରଖ କରାଯାଉନାହିଁ । ଏହି ଗାଡ଼ି ଚାଲିବା ଦ୍ୱାରା ଦୀର୍ଘ ୭ କିମି ରାସ୍ତା କଡ଼ରେ ଥିବା ସମସ୍ତ ଛୋଟ ବଡ଼ ଗଛ ନଷ୍ଟ ହୋଇ ଗଲାଣି । ବାଲି ମାଫିଆମାନେ ନିର୍ଦ୍ଧାରିତ ଏରିଆ ବାହାରୁ ବାଲି ଉତୋଳନ କରୁଥିବା ଅଭିଯୋଗ ହେଉଅଛି । ନଦୀ ବନ୍ଧରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହେଉଥିବାବେଳେ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ମଧ୍ୟ ଯାତାୟତ କରିପାରୁନାହିଁ । ଏଠାରେ ଜନସାଧାରଣଙ୍କୁ ଯାତାୟତ ରେ ସୁରକ୍ଷା ଦେବା ବଦଳରେ ମାତ୍ର କିଛି ଟଙ୍କା ରାଜସ୍ୱ ଆଦାୟ ପାଇଁ ରାଜସ୍ୱ ବିଭାଗ ବାଲି ମାଫିଆଙ୍କ ନିକଟରେ ବନ୍ଧା ପଡ଼ିଥିବା ଆଲୋଚନା ହେଉଅଛି । ବର୍ତମାନ ବର୍ଷା ଋତୁ ଚାଲିଥିବାବେଳେ ଏଠାରେ କିପରି ଓ କାହା ସ୍ୱାର୍ଥ ପାଇଁ ରାତି ଦିନ ଦୈନିକ ନଦୀ ବନ୍ଧରେ ୫୦ ଟନ୍ ଓଜନର ବାଲି ବୋଝେଇ ହାଇୱା ଯାତାୟତ କରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ସାଧାରଣ ଲୋକଙ୍କ ମୌଳିକ ଅଧିକାର ନଦୀ ବନ୍ଧର ସୁରକ୍ଷା ପରିବେଶ ଓ ଗଛଲତାର ସୁରକ୍ଷାକୁ ଧ୍ୟାନ ଦେଇ ଏହି ବାଲି ଘାଟକୁ ତୁରନ୍ତ ବନ୍ଦ କରିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ କଟକ ଜିଲାପାଳ, ରାଜସ୍ୱ ବିଭାଗ ସଚିବ , ମନ୍ତ୍ରୀ , କିଶନନଗର ତହସିଲଦାର , ୫ ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.