Thursday , August 18 2022
Breaking News
Home / ବିଶେଷ / ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର ଉଦଘାଟିତ 

ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର ଉଦଘାଟିତ 

ଗରଦପୁର,୦୫/୦୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତସ୍ଥିତ ସିକଳ ଗ୍ରାମରେ କଠିନ ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ରର ଉଦଘାଟନ ହୋଇ ଯାଇଛି । ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର  ମହାରାଜ , ବିଡ଼ିଓ ରଂଜିତ କୁମାର ମଲିକ୍ , ସରପଂଚ ପ୍ରଭାତ ନଳିନୀ ଜେନା . ସମିତି ସଭ୍ୟ ପ୍ରଭାସ ସାହୁ , ସମିତି ସଭ୍ୟ ବାସୁଦେବ ବେହେରା, ସମିତି ସଭ୍ୟ ବ୍ରଜ କିଶୋର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ରର ଉଦଘାଟନ କରିଥିଲେ । ଏହା ମହିଳା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଓ ବର୍ଯ୍ୟବସ୍ତୁର ପୃଥକୀ କରଣ କରି ଏହାକୁ କୃଷି କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଏହି କେନ୍ଦ୍ର  ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.