ଗରଦପୁର , ୦୫/୦୭/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ପ୍ରାଥମିକ କୃଷି ସମବାୟ ସମିତି ର ସଭାପତି ପଦ ପାଇଁ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁଖିଶ୍ୟାମ ସେନାପତି ୬ / ୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦୁଖିଶ୍ୟାମ ସେନାପତି ୬ ଜଣ ନିର୍ବାଚିତ ସଦସ୍ୟଙ୍କ ସମର୍ଥନ ହାସଲ କରି ବିଜୟୀ ହୋଇଥିବାବେଳେ ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାଥି ପ୍ରତାପ ପ୍ରଧାନ ମାତ୍ର ୩ ଖଣ୍ଡ ଭୋଟରେ ସିମିତ ରହିଥିଲେ । ଉଲେଖନୀୟ ଏହିକି ଦୁଖିଶ୍ୟାମ ସେନାପତି ଦ୍ୱିତିୟ ଥର ପାଇଁ ପାଖଡ଼ ପ୍ରାଥମିକ କୃଷି ସମବାୟ ସମିତି ର ସଭାପତି ପଦ ହାସଲ କରିଛନ୍ତି । ୧୯୫୮ ମସିହାରୁ ସ୍ଥାପିତ ଏହି ସମିତି ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ କୃଷି ଯୋଜନାକୁ ସଫଳ ଭାବରେ କୃଷକ ମାନଙ୍କ ନିକଟରେ ପହଂଚାଇବ ବୋଲି ସଭାପତି ଶ୍ରୀ ସେନାପତି କହିଛନ୍ତି । ଅଧିକନ୍ତୁ ତାଙ୍କର ବିଜୟ ପାଇଁ ସେ ତାଙ୍କୁ ସମର୍ଥନ କରିଥିବା ସଦସ୍ୟ, ସମିତିର ସମସ୍ତ କୃଷକ ଓ ସର୍ବୋପରି ବିଧାୟିକା ସାବିତ୍ରୀ ଅଗ୍ରୱାଲା ଓ ଖାଦ୍ୟ ଯୋଗାଇ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ସମିତିର ସମ୍ପାଦକ ପ୍ରକାଶ ଚନ୍ଦ୍ର ବାରିକ ଓ ନିର୍ବାଚନ ଅଧିକାରୀ ଭାବରେ ସୂର୍ଯ୍ୟମଣି ଟୁଡ଼ୁ ନିର୍ବାଚନ ପରିଚାଳନା କରିଥିବାବେଳେ ସମିତିର ନିର୍ବାଚିତ ସଦସ୍ୟ ପର୍ଶୁରାମ ପରିଡ଼ା, ମୃତ୍ୟୁଂଜୟ ସେନାପତି, ରମେଶ ଚନ୍ଦ୍ର ସ୍ୱାଇଁ, ବାବୁଲି ସେନାପତି , ପବିତ୍ର କୁମାର ସେନାପତି , କୁଳମଣି ସ୍ୱାଇଁ , ବୈଷ୍ଣବ ସେଠୀ ଙ୍କ ସମେତ ୱାର୍ଡ଼ ସଭ୍ୟ ହରେକୃଷ୍ଣ ବେହେରା, ନୃସିଂହ ବେହେରା, ତପନ ନାଥ, ପୂର୍ବତନ ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ସାଦୁ ଚରଣ ପରିଡ଼ା, ବସନ୍ତ କୁମାର ଦାସ, ନୃସିଂହ ସାହୁ, ଭିକାରୀ ଚରଣ ସେନାପତି, କୃପାସିନ୍ଧୁ ସେନାପତି, ଫେଲୁ ମହାନ୍ତି, ବଂଶିଧର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
