Thursday , August 18 2022
Breaking News
Home / ବିଶେଷ / ଟ୍ରକ୍ ହେଲପର ହେବାକୁ ଯାଇଥିଲା, ଶବ ହୋଇ ଫେରିଲା

ଟ୍ରକ୍ ହେଲପର ହେବାକୁ ଯାଇଥିଲା, ଶବ ହୋଇ ଫେରିଲା

ହତ୍ୟା ସନ୍ଦେହ, ଅଭିଯୋଗ ରଖୁନି ପୋଲିସ

ଗରଦପୁର , ୦୫/୦୭/୨୦୨୨(ଓଡ଼ିଶା ସମାଚାର)- ମାତ୍ର ୫ ଦିନ ତଳେ ଟ୍ରକ୍ ହେଲପର ହୋଇ ପଇସା ରୋଜଗାର କରିବ , ବାପା ମା ସ୍ତ୍ରୀ ଙ୍କ ଗୁଜୁରାଣ ମେଂଟାଇବ । ଏଭଳି ଆଶା ନେଇ ପାଟକୁରା ଥାନା ବିଚଣା ଗ୍ରାମର ଗନ୍ଧର୍ବ ମଳିକଙ୍କ ପୁଅ ପଂଚୁ ମଳିକ (୨୮) ଘରୁ ଯାଇଥିବା ବେଳେ ଆଜି ସେ ଶବ ହୋଇ ଫେରିଛି । ତାର ସୁଖର ସଂସାର ଛାର ଖାର ହୋଇଯାଇଛି । ଶବ ବ୍ୟବଛେଦ ପରେ ପଂଚୁର ଶବ  ଆଜି ସନ୍ଧ୍ୟାରେ ଗାଁ ରେ ପହଂଚିବା ପରେ ପରିବାର ଓ ପ୍ରିୟଜନଙ୍କ କାନ୍ଦ ବୋବାଳି ପଡ଼ିଛି । ଏଭଳି ଏକ ଘଟଣା ଘଟିଛି ପାଟକୁରା ଥାନା ଅନ୍ତର୍ଗତ ବିଚଣା ଗ୍ରାମରେ । ବିଚଣା ଗ୍ରାମର ପଂଚୁ ମଳିକ (୨୮) ମୂଲ ଲାଗି ଚଳୁଥିଲା । ନିକଟସ୍ଥ ନୂଆପଡ଼ା ଗ୍ରାମର ସେକ୍ ଅନୁ (ଜଣେ ଟ୍ରକ୍ ଡ଼୍ରାଇଭର) ଟ୍ରକ୍ ରେ ହେଲପର କାମ କରିବା ପାଇଁ ୫ ଦିନ ତଳେ ଅନୁ ପଂଚୁକୁ ବିଚଣାସ୍ଥିତ ଘରୁ ସାଙ୍ଗରେ ଡ଼ାକି ନେଇଥିଲା । କିନ୍ତୁ ପଂଚୁର ମୃତ ଦେହ କୁଆଖାଇସ୍ଥିତ ଖରସ୍ରୋତା ନଦୀ ରୁ ଗତକାଲି କୁଆଖିଆ ପୋଲିସ  ଉଦ୍ଧାର କରିଥିଲା । ପଂଚୁଙ୍କର ପକେଟ ରୁ ମିଳିଥିବା ମୋବାଇଲ ସିମ୍  ରୁ  ଏହା ପଂଚୁ ଙ୍କ ମୃତ ଦେହ ବୋଲି ପୋଲିସ  ଜାଣିବା ସହିତ ସିମ ରୁ ଠିକଣା ପାଇ ପାଟକୁରା ପୋଲିସ କୁ ଜଣାଇଥିଲା । ପାଟକୁରା ପୋଲିସ ଏ ସମ୍ପର୍କରେ ପଂଚୁ ର ପରିବାର ଙ୍କୁ ଖବର ଦେଇଥିଲେ । ଅପର ପକ୍ଷରେ କୁଆଖିଆ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ଜବତ କରି ଯାଜପୁର ସଦର ହସପିଟାଲକୁ ବ୍ୟବଛେଦ ପାଇଁ ପଠାଇଥିଲା । ମୃତ ପଂଚୁ  ଙ୍କ ପୁତୁରା ମନୋଜ ମଳିକ ସେଠାରେ ଯାଇ ଶବ ଚିହ୍ନଟ କରିଥିଲେ । ପଂଚୁଙ୍କ ମୁଣ୍ଡ, ମୁହଁ, ହାତ, ପିଠି, ପେଟ ରେ ଗଭୀର ଆଘାତ ଲାଗିଥିବା ର ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ମନୋଜ ସନ୍ଦେହ କରିଥିଲେ ।  ଏହା ଦେଖି ପଂଚୁଙ୍କୁ ମାରି ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରି ଏହାର ତଦନ୍ତ କରିବା ପାଇଁ ଲିଖିତ ଅଭିଯୋଗ କୁଆଖିଆ ପୋଲିସ କୁ ଦେଇଥିଲେ ।  ହେଲେ କୁଆଖିଆ ପୋଲିସ ଶବ ଜବତ କରିବା, ଶବ ଚିହ୍ନଟ କରିବା, ଶବ ବ୍ୟବଛେଦ କରିବା ,ଏବଂ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ସୁଦ୍ଧା ମନୋଜ ଦେଇଥିବା ହତ୍ୟା ସମ୍ପର୍କିତ ଲିଖିତ ଅଭିଯୋଗକୁ କୁଆଖିଆ ଥାନା ପୋଲିସ ଗ୍ରହଣ କଲାନାହିଁ । ବରଂ ପାଟକୁରା ଥାନାରେ ଅଭିଯୋଗ କରିବା ପାଇଁ କୁଆଖିଆ ପୋଲିସ ମନୋଜକୁ ପରାମର୍ଶ ଦେଲା । ଏଥିରେ ବ୍ୟଥିତ ହୋଇ ମନୋଜ ଲିଖିତ ଅଭିଯୋଗ ନେଇ ପାଟକୁରା ଥାନାରେ ମଧ୍ୟ ପହଂଚିଥିଲେ । ପାଟକୁରା ଥାନା ପୋଲିସ ମଧ୍ୟ ଏ ମାମଲା ଆମ ଅଂଚଳର ନୁହଁ । ଅକରାନ୍ସ ସେଠାରେ ଘଟିଛି, ସେଠିକାର ପୋଲିସ ତଦନ୍ତ କରିବେ । ଲିଖିତ ଅଭିଯୋଗ ଏଠି ନୁହଁ ବରଂ କୁଆଖିଆ ପୋଲିସ ଷ୍ଟେସନ୍ ରେ ଦିଅ କହି ଥାନାରୁ ଫେରାଇ ଦେଇଥିଲେ ।

ପଂଚୁର ମୃତ୍ୟୁ ହତ୍ୟା ସନ୍ଦେହ କରାଯାଉଥିବାରୁ ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ସାଧାରଣରେ ଦୃଢ଼ ଦାବି କରାଯାଇଛି ।  ଏହା ସହିତ ପଂଚୁ ଗରୀବ ଲୋକ ହୋଇ ଥିବାରୁ  ପାଟକୁରା ବା କୁଆଖିଆ କୌଣସି ଥାନା ପୋଲିସ ତାଙ୍କ ଅଭିଯୋଗକୁ ନରଖିବା ବୁଦ୍ଧିଜୀବୀ ମହଲହେର ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.