Thursday , August 18 2022
Breaking News
Home / ବିଶେଷ / କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କୁ ଗାଳି ଗୁଲଜ , ପାଟକୁରା ଥାନାରେ ମାମଲା

କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କୁ ଗାଳି ଗୁଲଜ , ପାଟକୁରା ଥାନାରେ ମାମଲା

ମାର୍ଶାଘାଇ , ୦୫/୦୭/୨୦୨୨(ଓଡ଼ିଶା ସମାଚାର)- ମାର୍ଶାଘାଇ ତହସିଲ ଅନ୍ତର୍ଗତ କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୨୭ ତାରିଖରେ ଏକ ଅଘଟଣ ଘଟିଯାଇଛି । ଏହାକୁ କେନ୍ଦ୍ରକରି ପାଟକୁରା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ କରିଲୋପାଟଣା ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକ ସ୍କୃତି ରଂଜନ ନାୟକ ଓ ଅନ୍ୟ କର୍ମଚାରୀମାନେ କାର୍ଯ୍ୟରତ ଥିଲେ । ଅପରାହ୍ନରେ କରିଲୋପାଟଣା ଗ୍ରାମର ଅସିତ କୁମାର ମାହାଳି (ବାପି) କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରି ହଠାତ ଅଶାଳିନ ଭାଷାରେ ଗାଳି ଗୁଲଜ କଲେ । ଏହା ନକରିବା ପାଇଁ ବାରଣ କରିବାରୁ ଅସିତ ରାଗିଯାଇ ଚେୟାର ନିକଟକୁ ଆସି ରାଜସ୍ୱ ନିରୀକ୍ଷକ ସ୍ମୃତି ରଂଜନ ଙ୍କ କଲର ଧରି ଟାଣି ଆଣିବା ସହ ଧକା ମାରିଥିଲେ । ତାଙ୍କ କାମ କାହିଁକି ହେଉନି ଅଭିଯୋଗ କରି ଖୁବ ବର୍ଷିଥିଲେ । ଏପରିକି ଜୀବନରେ ମାରିଦେବା ପାଇଁ ରାଜସ୍ୱ ନିରୀକ୍ଷକଙ୍କୁ ଧମକ ଦେଇଥିଲେ । ରାଜସ୍ୱ ନିରୀକ୍ଷକ ଏ ସମ୍ପର୍କରେ ତହସିଲଦାର ଉମା ଶଙ୍କର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ପାଟକୁରା ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଜାରି ରହିଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.