Thursday , August 18 2022
Breaking News
Home / ବିଶେଷ / ଆନନ୍ଦ ଜେନାଙ୍କ ୧୩୮ତମ ଜୟନ୍ତୀ ପାଳନ ପାଇଁ ସ୍ମୃତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ଆନନ୍ଦ ଜେନାଙ୍କ ୧୩୮ତମ ଜୟନ୍ତୀ ପାଳନ ପାଇଁ ସ୍ମୃତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୦୫/୦୭/୨୦୨୨(ଓଡ଼ିଶା ସମାଚାର)-ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୩୮ତମ ଜୟନ୍ତୀ ପାଳନ ନିମନ୍ତେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିପ୍ଲବୀଙ୍କ ଜୟନ୍ତୀ ପାଳନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଆସନ୍ତା ୧୭ତାରିଖରେ ବିପ୍ଳବୀଙ୍କ ଜୟନ୍ତୀ ପାଳନ କରାଯିବ । ଏହି ଉପଲକ୍ଷେ ଆସନ୍ତା ୧୦ତାରିଖ ରବିବାର ପୂର୍ବାହ୍ନ ୧୦ଘଟିକା ସମୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା ପୁରୁଣା ବସଷ୍ଟାଣ୍ଡସ୍ଥିତ ଫ୍ରେଜର ବାଳିକା ବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଯୋଗଦେବାକୁ ବିପ୍ଳବୀ କବି ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ଆହ୍ୱାନ କରାଯାଇଛି । ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ସ୍ମୃତି କମିଟି ପକ୍ଷରୁ ନିବେଦନ କରାଯାଇଛି । ପ୍ରବନ୍ଧ ବିଷୟ ରହିଛି ଭାରତ ସ୍ୱାଧୀନତା ସଂଗ୍ରାମରେ ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଭୂମିକା । ଚିତ୍ରାଙ୍କନ ବିଷୟ ହେଉଛି ବନ୍ୟା ଓ ଦୁର୍ଭିକ୍ଷ ସମୟରେ ଗୋପବନ୍ଧୁ ଦାସଙ୍କ ସହ ଆନନ୍ଦ ଚନ୍ଦ୍ର ଜେନାଙ୍କ ବିପନ୍ନମାନଙ୍କୁ ନାଲି ଖୁଦ ବଂଟନ । ବକ୍ତୃତା ବିଷୟ ରହିଛି ଓଡିଆ ସାହିତ୍ୟ ଓ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନା । ଏଥିପାଇଁ ମନୋରଞ୍ଜନ ତ୍ରିପାଠୀ- ୯୪୩୭୮୩୫୨୧୫, ଧିରେନ୍ଦ୍ର ଦାସ- ୯୪୩୭୫୦୪୭୧୫, ରମଣୀରଞ୍ଜନ ରାଉତରାୟ- ୯୯୩୭୨୦୬୭୫୬ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଗବେଷକ ନିରଞ୍ଜନ ମେକାପ, ଡଃ. ଅଭୟ କୁମାର ରାଉତ, ଆଶିଷ କୁମାର ସେନାପତି, ଶ୍ରୀଧର କୁମାର ମହାନ୍ତି, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ ଓ ସେକ ଇସୁଫ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.