Thursday , August 18 2022
Breaking News
Home / କୃଷି / ଅନ୍ଧବର ପାଟରୁ ଜଳ ନିସ୍କାସନ  ହେବ , ବିଭାଗିୟ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ 

ଅନ୍ଧବର ପାଟରୁ ଜଳ ନିସ୍କାସନ  ହେବ , ବିଭାଗିୟ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ 

ଗରଦପୁର , ୦୫/୦୭/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାରୀସ୍ଥିତ ଅନ୍ଧବର ପାଟ ଠାରୁ ଚାଉଳିଆ ବାମରା ବଜିଯୋର ପର୍ଯ୍ୟନ୍ତ ଉଦବୃତ ବର୍ଷା ଓ ବନ୍ୟା ଜଳ ନିସ୍କାସନ ନିମନ୍ତେ  ସ୍ଥାନ ପରିଦର୍ଶନ କରିଛନ୍ତି ଜଳ ନିସ୍କାସନ ବିଭାଗର ସ୍ଥାନୀୟ ଅଧିକାରୀ  । ଅନ୍ଧବର ପାଟରୁ ଜଳ ନିସ୍କାସନ ହେଉନଥିବାରୁ ପ୍ରତିବର୍ଷ ସ୍ଥାନୀୟ ଚାଷୀଙ୍କର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇ ଧାନ ଫସଲ ନଷ୍ଟ ହେଉଛି । ତେଣୁ ଗ୍ରାମବାସୀ ପାଟରୁ ଜନ ନିସ୍କାସନ କରିବା ପାଇଁ ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ।  ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଚାଷୀମାନେ ଭେଟି ଏହି ଅଭିଯୋଗ କରିଥିବାରୁ ଏହାକୁ ଗୁରତ୍ୱର ସହ ନେଇ ସ୍ଥାନ ପରିଦର୍ଶନ କରି ରିପୋର୍ଟ ଦେବାକୁ ବିଭାଗିୟ ଅଧିକାରୀଙ୍କୁ ଜିଲାପାଳ ଶ୍ରୀ ଅମି୍ରତ ଋତୁରାଜ ନିର୍ଦ୍ଧେଶ ଦେଇଥିଲେ । ଫଳରେ ମାର୍ଶାଘାଇ ଜଳ ନିସ୍କାସନ ଡ଼ିଭିଜନ୍ ର  ବିଭାଗିୟ ଏସଡ଼ିଓ ପରମାନନ୍ଦ ନାୟକ ଓ କନିଷ୍ଠ ଯନ୍ତ୍ରୀ ନିତ୍ୟାନନ୍ଦ ମଲ ଅନ୍ଧବର ପାଟ ପରିଦର୍ଶନ କରି ଜଳ ନିସ୍କାସନ  ହେଉନଥିବା ଦେଖିଛନ୍ତି । ସ୍ଥାନୀୟ ଚାଷୀଙ୍କ ପକ୍ଷରୁ ତଳକୁସୁମାର ପୂର୍ବତନ ସରପଂଚ ଅଶୋକ ଜେନା ଉଦବୃତ ବର୍ଷା ବନ୍ୟା ଜଳ ନିସ୍କାସନ ହେଉନଥିବାରୁ ଚାଷୀମାନଙ୍କର ପ୍ରଭୁତ କ୍ଷତି ହେଉଥିବା ଅଭିଯୋଗ କରିଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଜଳ ନିସ୍କାସନ ପଥ ସୁଗମ କରିବା ପାଇଁ ଚାଷୀମାନେ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.