Tuesday , September 27 2022
Breaking News
Home / ବିଶେଷ / ବ୍ରଜ କିଶୋର ବିଶ୍ୱାଳ ଙ୍କ ପରଲୋକ ରେ ଶୋକ

ବ୍ରଜ କିଶୋର ବିଶ୍ୱାଳ ଙ୍କ ପରଲୋକ ରେ ଶୋକ

ନିଶ୍ଚିନ୍ତକୋଇଲି, ୦ ୪ / ୦୭ /୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ର ପ୍ରାକ୍ତନ ଅଧ୍ୟକ୍ଷ ବ୍ରଜ କିଶୋର ବିଶ୍ୱାଳ ଙ୍କ ୭୭ବର୍ଷ ବୟସ ରେ ଗତକାଲି ପରଲୋକ ଘଟିଛି । ସ୍ବର୍ଗତ ବିଶ୍ୱାଳ ଦୁଇ ଥର ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଥିଲେ । ଏତଦ ବ୍ୟତୀତ ସେ ପ୍ରଦେଶ କଂଗ୍ରେସ ର କାର୍ୟ୍ୟକର୍ତା, ଜିଲ୍ଲା କଂଗ୍ରେସ ସଭାପତି ଆଦି ପଦବୀରେ ରହି କଂଗ୍ରେସ ସଂଗଠନ କୁ ସୁଦୃଢ କରିଥିଲେ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଗତ କାଲି ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ତାଙ୍କର ବିୟୋଗ ରେ କଂଗ୍ରେସନେତୃ ମହଲ ଶୋକ ପ୍ରକାଶ ପାଇଛି । ତାଙ୍କର ବିୟୋଗ ରେ କଂଗ୍ରେସ ପ୍ରାକ୍ତନ ମୁଖପାତ୍ର ଡ଼ଃ ଗୋବିନ୍ଦ ଭୂୟାଁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠି, ଉପାଧ୍ୟକ୍ଷ ଅଶୋକ ଓଝା, ଯୁବ ନେତା ଆକାଶ ଭୂୟାଁ ଙ୍କ ସମେତବିଭିନ୍ନ ମହଲ ରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.