Thursday , August 18 2022
Breaking News
Home / ଶିକ୍ଷା / ନିରାକାରପୁର ହାଇସ୍କୁଲ ୫-ଟି କାର୍ଯ୍ୟ:

ନିରାକାରପୁର ହାଇସ୍କୁଲ ୫-ଟି କାର୍ଯ୍ୟ:

 ମଜୁରୀ ମିଳିନି ସତ କିନ୍ତୁ ମନରେଗାର ନୁହେଁ – ବାସ୍ତବ କଥା ନବୁଝି ତିଳକୁ ତାଳ କରାଯାଉଛି
ନିରାକାରପୁର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)-ସରକାରଙ୍କ ୫ଟି ଯୋଜନାରେ ବିଭିନ୍ନ ହାଇସ୍କୁଲକୁ ଅର୍ନ୍ତଭୁକ୍ତ କରାଯାଇ ଏହାର ରୂପାନ୍ତିକରଣ କରାଯାଉଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ପାରିପାଶ୍ୱିର୍କ ପରିବେଶ ପରିବର୍ତନ ହେବା ସହ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରି ଆଧୁନିକ ଜ୍ଞାନ କୌଶଳ ଜରିଆରେ ଶିକ୍ଷାଦାନ କରାଯିବାର ପ୍ରୟାସ ଛାତ୍ରଛାତ୍ରୀଙ୍କୁ ବି ବେଶ ଆକୃଷ୍ଟ କରିଛି । ଏଥିପାଇଁ ରାଜ୍ୟ ସରକାର ୫-ଟି ଯୋଜନାରେ ବିଭିନ୍ନ ସରକାରୀ ହାଇସ୍କୁଲକୁ ଅନୁଦାନ ପ୍ରଦାନ କରିବା ସହିତ ବିଦ୍ୟାଳୟର ପାରିପାଶ୍ୱିର୍କ ପରିବେଶକୁ ଅଧିକ ସୁନ୍ଦର କରିବା ପାଇଁ ଫୁଲ ବଗିଚାଠାରୁ ଆରମ୍ଭ କରି ଖେଳ ପଡ଼ିଆର ଉନ୍ନତି ପର୍ଯ୍ୟନ୍ତ ମନରେଗା ଯୋଜନାରେ ଏହାକୁ ଅର୍ନ୍ତଭୁକ୍ତ କରାଯାଉଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ୫ଟି ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବାବେଳେ ଟାଙ୍ଗୀ ବ୍ଲକ ନିରାକାରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଅନ୍ୟତମ । ଏହି ବିଦ୍ୟାଳୟରେ ୫-ଟି ଯୋଜନାରେ ହୋଇଥିବା କାର୍ଯ୍ୟ ଅତି ସୁନ୍ଦର ହୋଇଥିବାବେଳେ ବହୁତ କାର୍ଯ୍ୟ ଏହି ଯୋଜନାରେ ଅର୍ନ୍ତଭୁତ ନ ଥାଇ ମଧ୍ୟ କରାଯାଇଥିବା ଜଣାପଡ଼ିଛି ଓ ଆହୁରି କିଛି କାର୍ଯ୍ୟ ଚାଲୁ ରହିଛି । ଯାହାର କି ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଅର୍ଥ ମିଳି ପାରିନାହିଁ । ଏହି ବିଦ୍ୟାଳୟ ପରିସରରେ ଫୁଲ ଗଛ ଓ ସୁନ୍ଦର ଗଛ ଲଗାଇ ବଗିଚା ସୃଷ୍ଟି କରିବା ସହିତ ରାସ୍ତାଗୁଡ଼ିକ ପେଭର ଲଗାଯିବା କାର୍ଯ୍ୟ ମନରେଗାରେ କରାଯାଉଛି । ଏହି କାର୍ଯ୍ୟରେ ନିରାକାରପୁର ପଂଚାୟତରେ ଅର୍ନ୍ତଭୁକ୍ତ ମନରେଗା ଶ୍ରମିକମାନେ ନିୟୋଜିତ ରହିଛନ୍ତି । ଏମାନଙ୍କ ପାରିଶ୍ରମିକ ଠିକ ରୂପେ ତାଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ଯାଉଥିବା ଜଣାପଡ଼ିଛି । ଏହି କାର୍ଯ୍ୟ ମଧ୍ୟରେ ନିରାକାରପୁର ପଂଚାୟତ ରାଉଳହଜ ମୌଜାର କିଛି ଶ୍ରମିକ ବିଦ୍ୟାଳୟର କିଛି କାର୍ଯ୍ୟରେ ମଜୁରୀ ଲାଗିଥିଲେ । କିନ୍ତୁ ସେମାନେ କାମ ବୁଝୁଥିବା ବ୍ୟକ୍ତିମାନଙ୍କଠାରୁ କୌଣସି କାରଣରୁ ନିଜର ମଜୁରୀ ପାଇ ନଥିବାବେଳେ ମନରେଗା କାର୍ଯ୍ୟ କରିଥିବା ଅଯଥାରେ ଦାବି କରୁଛନ୍ତି । କିନ୍ତୁ ଏ ସମ୍ବନ୍ଧରେ ନିରାକାରପୁର ଜିଆରଏସ ସୁବାଷ ଚନ୍ଦ୍ର ଚମ୍ପତିଙ୍କୁ ପଚରାଯିବାରୁ ସେ ଜଣାଇଛନ୍ତି କି ଏହି ମୌଜାଟି ଡ଼ିଆ ପଂଚାୟତକୁ ପଳାଇଥିବାରୁ ଉକ୍ତ ଶ୍ରମିକମାନଙ୍କୁ ନିରାକାରପୁର ପଂଚାୟତରେ କାର୍ଯ୍ୟ ନ କରିବାକୁ ପୂର୍ବରୁ ସେ ମନା କରିଥିବା କହିଦେଇଥିଲେ । ତେଣୁ ସେମାନେ ନିରାକାରପୁରର କୌଣସି ମନରେଗା କାର୍ଯ୍ୟରେ ବର୍ତମାନ ନିୟୋଜିତ ନଥିଲେ । ଅନ୍ୟପଟେ ଯେଉଁ ବ୍ୟକ୍ତିମାନେ ଏହି ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇଥିଲେ ସେ ଜଣାଇଛନ୍ତି କି ବିଦ୍ୟାଳୟର କିଛି ବିଲ ଅର୍ଥ ପାଇ ନାହୁଁ ତେଣୁ ସେମାନଙ୍କ ମଜୁରୀ ପ୍ରଦାନରେ ବିଳମ୍ବ ହୋଇଯାଇଛି କିନ୍ତୁ ସେମାନଙ୍କୁ ଦିନେ ଦୁଇଦିନ ମଧ୍ୟରେ ସେମାନଙ୍କ ମଜୁରୀ ପ୍ରଦାନ କରିବାକୁ ଚେଷ୍ଟା କରାଯିବ । ତେଣୁ ବାସ୍ତବ କଥା ନ ଜାଣି କିଛି ଲୋକ ତିଳକୁ ତାଳ କରୁଥିବା ସେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଲେଜ କଳା ବିଭାଗର ଟପ୍ପର ସୁପ୍ରଭା ଅଧ୍ୟାପିକା ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗର ଶିକ୍ଷା ସମ୍ମାନ ଛାତ୍ରୀ ସୁପ୍ରଭା …

Leave a Reply

Your email address will not be published.