ଜୁନାଗଡ଼ ୦ ୪ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପେକ୍ସର ସଭାପତି ଭାବେ ସୁଧାଂଶୁ ଶେଖର ବରାଡ଼ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।ଗତ ୨୮ ତାରିଖ ଦିନ ଏକମାତ୍ର ପ୍ରାର୍ଥୀ ଭାବେ ଶ୍ରୀ ବରାଡ଼ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଓ ଅନ୍ୟ କୌଣସି ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ କରି ନ ଥିଲେ।ତେଣୁ ଶ୍ରୀ ବରାଡ଼ ନିର୍ଦ୍ୱନ୍ଦରେ ସଭାପତି ନିର୍ବାଚିତ ହେବା ଘୋଷଣା ହୋଇଥିଲା।ଆଜି ସୁଧାଂଶୁ ଶେଖର ବରାଡ଼ ଜୁନାଗଡ଼ ପେକ୍ସ କାର୍ଯ୍ୟାଳୟକୁ ଯାଇ ନିଜର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ।ଏହି ସମୟରେ ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ବିଭିଶଣ ମେହେର,ଯଦୁମଣି ଭାଟି, ଭୁପେନ୍ଦ୍ର ଘି, ପରିଚାଳନା ପରିଷଦ ସଭ୍ୟ ସନ୍ତୋଷ ସିଂହଦେଓ, କାଲିଆ କନ୍ଦପାନ, ତାପସ ସାହୁ, ଆଲୋକ ମହାପାତ୍ର, ଶୈଳେନ୍ଦ୍ର ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର
