ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ଭୋର ସମୟରେ ‘ଲଳିତା’ ନାମକ ଏକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବେଳେ ଭାରସାମ୍ୟ ହରାଇ ଭୁବନେଶ୍ୱର ବରମୁଣ୍ଡା ତପୋବନ ସ୍କୁଲ ନିକଟ ବ୍ରିଜର ବାଡାରେ ବାଡେଇ ହୋଇଯାଇଥିଲା। ଫଳରେ ବସରେ ସଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ବସଟି ଜଳି ପୁରା ନଷ୍ଟ ହୋଇଯାଇଛି। ବସରେ ୨୫ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିଛି ସମୟର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଲିଭାଯାଇଛି । ଓଡ଼ିଶା ସମାଚାର
