Tuesday , September 27 2022
Breaking News
Home / ବିଶେଷ / କହ୍ନେଇ କଥା ପୁରସ୍କାର ପାଇବେ ଯୁବ ଗାଳ୍ପିକ ବିରଜା ରାଉତରାୟ

କହ୍ନେଇ କଥା ପୁରସ୍କାର ପାଇବେ ଯୁବ ଗାଳ୍ପିକ ବିରଜା ରାଉତରାୟ

କେନ୍ଦ୍ରାପଡ଼ା, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- କହ୍ନେଇ କଥା ପୁରସ୍କାର – ୨୦୨୨ ପାଇବାକୁ କେନ୍ଦ୍ରାପଡାର ଯୁବ ଗାଳ୍ପିକ ଡଃ. ବିରଜା ପ୍ରସାଦ ରାଉତରାୟ ମନୋନୀତ ହୋଇଥିବା ସମ୍ପର୍କରେ କହ୍ନେଇଲାଲ ସ୍ମୃତି ସଂସଦ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି । ସଂସଦ ପକ୍ଷରୁ ପ୍ରତିବର୍ଷ କହ୍ନେଇଲାଲ ଦାସଙ୍କ ସ୍ମୃତି ସମାରୋହ ପାଳନ ଅବସରରେ ୫୦ବର୍ଷ ବୟସ ସୀମା ଭିତରେ ରାଜ୍ୟର ଜଣେ ପ୍ରତିଭାବାନ ଗାଳ୍ପିକଙ୍କୁ ଚୟନ କରାଯାଇ କହ୍ନେଇ କଥା ପୁରସ୍କାର ପ୍ରଦାନ କରାଯାଏ । ସେହି କ୍ରମରେ ଚଳିତ -୨୦୨୨ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଡେପୁଟୀ କଲେକ୍ଟର ଭାବେ ଅବସ୍ଥାପିତ ଡଃ. ବିରଜା ପ୍ରସାଦ ରାଉତରାୟ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତିି । ଆଗାମୀ ୨୪ତାରିଖରେ ବାଲେଶ୍ୱର ଠାରେ ହେବାକୁ ଥିବା ସ୍ମୃତି ସମାରୋହରେ ଡଃ. ରାଉତରାୟଙ୍କୁ ପୁରସ୍କାର ସ୍ୱରୂପ ଦଶ ହଜାର ଟଙ୍କାର ନଗଦ ରାଶି, ମାନପତ୍ର ଓ ଉପାୟନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ । ସେହି ସମାରୋହରେ ଅତିଥି ଭାବେ ବରିଷ୍ଠ ଗାଳ୍ପିକ ଶ୍ୟାମା ପ୍ରସାଦ ଚୈାଧୁରୀ ଓ ସୁଖ୍ୟାତ କଥାଶିଳ୍ପୀ ଭୀମ ପୃଷ୍ଟି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ଘୋଷଣା ପରେ ଡଃ. ରାଉତରାୟଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.