Friday , August 12 2022
Breaking News
Home / କ୍ରୀଡ଼ା / ୧୬ରୁ ଅଲ୍ ଓଡ଼ିଶା ଚେସ୍ ଚାମ୍ପିଅନ୍ ସିପ୍

୧୬ରୁ ଅଲ୍ ଓଡ଼ିଶା ଚେସ୍ ଚାମ୍ପିଅନ୍ ସିପ୍

ଭୁବନେଶ୍ୱର, ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର)-  ରାଜ୍ୟରେ ତୃଣମୂଳସ୍ତରରୁ  ଚେସ୍ ଖେଳକୁ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରିବା ସହ ନୂଆ ପ୍ରତିଭାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଅଲ୍ ଓଡ଼ିଶା  ଚେସ୍ ଚାମ୍ପିଅନସିପ୍  ଜୁଲାଇ ୧୬ରୁ ଆରମ୍ଭ ହେବ। ଖୋର୍ଦ୍ଧା ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ କ୍ୟାମ୍ପସରେ ଏହି ପ୍ରତିଯୋଗିତା ୩ ଦିନ ଧରି ଅନୁଷ୍ଠିତ ହେବ। ଆଇଆଇଜି ସଜି ସଜି ସ୍ପୋର୍ଟ୍ସ ଏକାଡେମୀ ଓ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ (ଏଓସିଏ)ର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି ପ୍ରତିଯୋଗିତା ଓପନ୍ ଓ ବିଭିନ୍ନ ବୟସ କାଟେଗୋରୀରେ ଖେଳାଯିବ।ସେହିଭଳି ଜୁନିଅର ରେ ୭, ୯, ୧୧, ୧୩ ଓ ୧୫ ବର୍ଷରୁ କମ୍ ବୟସ ବର୍ଗରେ ମଧ୍ୟରେ ପ୍ରତିଯୋଗିତା ହେବ।

ଆଠ ରାଉଣ୍ଡ ବିଶିଷ୍ଟ  ଏହି  ପ୍ରତିଯୋଗିତାର ଓପନବର୍ଗରେ ଚାମ୍ପିଅନ୍ ପ୍ରତି ଯୋଗୀଙ୍କୁ ଟ୍ରଫି  ସହ ୭ ହଜାର ଟଙ୍କା, ରନର୍ସଅପ୍ ବାବଦକୁ ଟ୍ରଫି ସହ ୫,୫୦୦ ଟଙ୍କା ପ୍ରଦାନ କରାଯିବ। ସେହିଭଳି ୩ୟ, ୪ର୍ଥ ଓ ୫ମ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୪, ୩ ଓ ୨୫୦୦ ଟଙ୍କା ଓ ଟ୍ରଫି ଏବଂ ୬ଷ୍ଠରୁ ୧୦ମ ସ୍ଥାନ ମଧ୍ୟରେ ୨ ହଜାର ଟଙ୍କା, ୧୧ରୁ ୧୫ତମ ସ୍ଥାନ ମଧ୍ୟରେ ଯେଉଁ  ଖେଳାଳି  ରହିବେ ତାଙ୍କୁ ଙ୍କୁ ଟ୍ରଫି  ଓ ୧୫୦୦ ଟଙ୍କା ପୁରସ୍କାର ଦିଆଯିବ। ମୋଟ୍ ପୁରସ୍କାର ରାଶି ୫୦ ହଜାର ଟଙ୍କା ରହିଥିବା  ନେଇ ଆଇଆଇଜି ସଜି ସ୍ପୋର୍ଟ୍ସ ଏକାଡେମୀର ନିରର୍ଦ୍ଦେଶକ ଚିନ୍ମୟ ପ୍ରଧାନ ସୂଚନା ଦେଇଛନ୍ତି। ବିଭିନ୍ନ ବୟସ କାଟେଗୋରୀର କୃତୀ ପ୍ରତିଯୋଗୀଙ୍କୁ ମୋଟ୍ ୨୫ ଟ୍ରଫି  ଓ ମାନପତ୍ର ପ୍ରଦାନ କରାଯିବ। ଓପନ୍ କାଟେଗୋରୀ ଲାଗି  ୫୦୦ ଟଙ୍କା ଏବଂ ବୟସ କାଟେଗୋରୀ ପାଇଁ ୩୦୦ ଟଙ୍କା ପ୍ରବେଶିକା ଦେୟ ରଖାଯାଇଛି।

ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରେ ଅନ୍ୟମାନଙ୍କ ମଧ୍ୟରେ ଏଓସିଏ ସଭାପତି  ପ୍ରଫେସର ଜିସି  ମହାପାତ୍ର, ସମ୍ପାଦକ  ଦେବବ୍ରତ ଭଟ୍ଟ, କେଟି ଗ୍ଲୋବାଲ ସ୍କୁଲ ପରିଚାଳନା ଟ୍ରଷ୍ଟି ସୋଟି ସୋମଦତ୍ତ ବେହୁରା, ନିର୍ଦ୍ଦେଶକ ପୂର୍ଣ୍ଣଶିଷ ରଥ, ପରାମର୍ଶଦାତା ଅରୁଣ ଦାସ, ପ୍ ପ୍ରିନ୍ସିପାଲ୍ ସବିତା ପଣ୍ଡା, ଭାଇସ ପ୍ରିନ୍ସିପାଲ ଅନୁରାଧା  ଘୋଷ ପ୍ରମୁଖ ଉପସ୍ଥିତ ରହିଥିଲେ। ଓଡ଼ିଶା ସମାଚାର

About admin

Check Also

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ …

Leave a Reply

Your email address will not be published.