Friday , August 12 2022
Breaking News
Home / ବିଶେଷ / ଭୁବନ ରଥଯାତ୍ରାରେ ଅଘଟଣ,ବଳଭଦ୍ର ରଥ ଚକ ଭାଙ୍ଗିଲା

ଭୁବନ ରଥଯାତ୍ରାରେ ଅଘଟଣ,ବଳଭଦ୍ର ରଥ ଚକ ଭାଙ୍ଗିଲା

ସୁଭଦ୍ରାରଥରେ ଆସିଲେ ବଳଭଦ୍ର, ସୁଭଦ୍ରା ଙ୍କ ରଥ ଟାଣି ନପାରି ମହିଳା ଭକ୍ତ ନିରାଶ –
ଦ୍ୱିତୀୟ ଦିବସରେ ଚତୁର୍ଦ୍ଧା ମୁର୍ତି ଆଡପ ମଣ୍ଡପ ଗଲେ
ଭୁବନ ୦୨/୦୭/୨୦୨୨(ଓଡ଼ିଶା ସମାଚାର)- ଭୁବନ ରେ ଚଳିତ ବର୍ଷ ବିପୁଳ ଉତ୍ସାହ ,ଉଦ୍ଧିପନା ଓ ଆନନ୍ଦ ,ଉଲ୍ଲାସରସହ ପାରମ୍ପରିକ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨ ବର୍ଷ ପରେ ଭକ୍ତ ଭଗବାନ ଙ୍କ ଅପୂର୍ବ ମିଳନ ହୋଇଥିଲା । ଠାକୁରଙ୍କୁ ପାଖରୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା । ପ୍ରାତଃ ସମୟରୁ ଠାକୁରଙ୍କ ପୂଜାର୍ଚ୍ଚନା ଓ ନୀତିକାନ୍ତି କରାଯାଇ ଅପରାହ୍ନ ୧ ଘଟିକା ସମୟରେ ରଥ ପ୍ରତିଷ୍ଠା କରାଯାଇଥିଲା । ୨ ଘଟିକା ସମୟରେ ଚତୁଦ୍ଧା ର୍ମୁର୍ତୀଙ୍କୁ ଧାଡି ପହଣ୍ଡିରେ ଆଣି ରଥାରୁଢ କରାଯାଇଥିଲା । ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ର ଛେରା ପହଁରା କରିବା ପରେ ଅପରାହ୍ନ ୪ ଘଟିକା ସମୟରେ ରଥଟଣା ଆରମ୍ଭ ହୋଇଥିଲା । ତେବେ ପ୍ରଥମ ଥର ପାଇଁ ଅଘଟଣ ଘଟିଥିଲା । ବଳଭଦ୍ର ଙ୍କ ରଥଟଣା ଆରମ୍ଭ ହେବାମାତ୍ରେ ୨ ଟି ଚକ ଭାଙ୍ଗିଯିବାରୁ ରଥଟଣାରେ ବ୍ୟାଘାତ ହେବାସହ ରଥଟଣା ପ୍ରାୟ ୧ ଘଣା୍ଟ ବିଳମ୍ବ ହୋଇଥିଲା । ପରେ ବଡଠାକୁର ବଳଭଦ୍ର ଙ୍କୁ ସୁଭଦ୍ରା ଙ୍କ ରଥକୁ ବିଜେ କରାଯାଇ ରଥଟଣା ହୋଇଥିଲା । ସଂଧ୍ୟା ୭ ଘଟିକାରେ ପ୍ରଥମେ ସୁଭଦ୍ରା ଙ୍କ ରଥ ଓ ରାତ୍ର ୮ ଘଟିକାରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥ ନୂଆବଜାରସ୍ଥିତ ଲକ୍ଷ୍ମୀମନ୍ଦିର ସମ୍ମୁଖରେ ପହଁଚିଥିଲା । ପ୍ରତ୍ୟେକ ବର୍ଷ ସୁଭଦ୍ରା ଙ୍କ ରଥ କୁ କେବଳ ମହିଳାମାନେ ଟାଣୁଥିବାବେଳେ ଚଳିତ ବର୍ଷ ସୁଭଦ୍ରାଙ୍କ ରଥରେ ବଳଭଦ୍ର ବିଜେକରିବାରୁ ମହିଳା ଭକ୍ତଙ୍କୁ ରଥଟଣା ପାଇଁ ବାରଣ କରାଯାଇଥିଲା । ଫଳରେ ସହସ୍ରାଧିକ ମହିଳାଭକ୍ତ ନିରାଶରେ ଫେରିଥିଲେ । ଦୁଇ ରଥ ନୂଆବଜାରରେ ପହଁଚିବା ପରେ ଶ୍ରୀଶ୍ରୀମହାଲକ୍ଷ୍ମୀ ବଣିକ ସଂଘ ତରଫରୁ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା । ଆଜି ଦ୍ୱିତୀୟ ଦିବସରେ ଅପରାହ୍ନ ୪ ଘଟିକା ସମୟରେ ପୁନଶ୍ଚ ରଥଟଣା ହୋଇଥିଲା । ଭକ୍ତମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସସହ ହରିବୋଲ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ କହି ଗଗନ ପବନ ପ୍ରକମ୍ପିତ କରିଦେଇଥିଲେ । ସଂଧ୍ୟା ୬ ଘଟିକା ସମୟରେ ଦୁଇ ରଥ ବଡହାଟସ୍ଥିତ ମାଉସୀମା ମନ୍ଦିର ସମ୍ମୁଖରେ ପହଁଚିବା ପରେ ପହଣ୍ଡି କରିଠାକୁର ଙ୍କୁ ଆଡପ ମଣ୍ଡପ କୁ ନିଆଯାଇଥିଲା । ଚଳିତ ବର୍ଷ ବଳଭଦ୍ର ରଥ ଚକ ଭାଙ୍ଗିବା ଘଟଣାରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଅତ୍ୟନ୍ତ ଦୁଃଖ ପ୍ରକାଶକରି ଦୁଇ ବର୍ଷହେଲା ରଥଯାତ୍ରା ହୋଇନଥିବା କାରଣରୁ ରଥ ମରାମତି ହୋଇନଥିଲା । ପୁରୁଣାକାଠରେ କାମକରାଯାଇ ଥିବା ଯୋଗୁ ଚକ ଭାଙ୍ଗିଗଲା ବୋଲି ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଭୁବନ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରକ୍ଷୀ ବାହିନୀ ଯାତ୍ରାକୁ ଶୃଙ୍ଖଳିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଦେଶରେ ପ୍ରଥମ : ନବଦମ୍ପତି ଗିଫ୍ଟ ଯୋଜନା ସେପ୍ଟେମ୍ବରରୁ ଆରମ୍ଭ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ନବଦମ୍ପତି ବିବାହ ଉପହାର ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର …

Leave a Reply

Your email address will not be published.