Thursday , August 18 2022
Breaking News
Home / ବିଶେଷ / ବୃକ୍ଷ ରୋପଣ ଓ ସଂରକ୍ଷଣ ସଚେତନତା ସଭା 

ବୃକ୍ଷ ରୋପଣ ଓ ସଂରକ୍ଷଣ ସଚେତନତା ସଭା 

ରଘୁନାଥପୁର,୦୨/୦୭/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଏରଡ଼ଙ୍ଗା ପଂଚାୟତ ନାଲିବର ଆଂଚଳିକ ଯୁବକ ସଂଘର ବୟୋଜ୍ୟେଷ୍ଠ ଉପଦେଷ୍ଟା ତଥା ସାହିତ୍ୟିକ । ଶ୍ରୀ ଅଲେଖ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆଂଚଳିକ ଯୁବକ ସଂଘ ପରିସରରେ ସଂଘର ସଦସ୍ୟ ଓ ଆଖ ପାଖ ଅଂଚଳର ଲୋକ ମାନଙ୍କୁ ନେଇ ଏକ ବୃକ୍ଷ ରୋପଣ ଓ ତାହାର ସଂରକ୍ଷଣ ଲାଗି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ଯୁବକ ସଂଘ ସଭାପତି ତି୍ରଲୋଚନ ପାତ୍ର, ସମ୍ପାଦକ  ସ୍ୱୃତି ରଂଜନ ବେହେରା ପରିଚାଳନା କରିବା ସହ ଯୁବକ ସଂଘର ସମସ୍ତ ସଦସ୍ୟ ତଥା ଅଂଚଳବାସୀ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଦିନ ଅଂଚଳର ବିଭିନ୍ନ ସ୍ଥାନରେ ଶହ ଶହ ବୃକ୍ଷ ରୋପଣ କରି ତାର ସୁରକ୍ଷା ନେବା ସହ ପ୍ରକୃତି ପ୍ରତି ଯତ୍ନବାନ ହେବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.