Tuesday , September 27 2022
Breaking News
Home / ବିଶେଷ / ପଲିଥିନ ଚଢ଼ଉ , ୫୦ କେଜି ପ୍ଲାଷ୍ଟିକଟିକ ଓ ପଲିଥିନ ଜବତ

ପଲିଥିନ ଚଢ଼ଉ , ୫୦ କେଜି ପ୍ଲାଷ୍ଟିକଟିକ ଓ ପଲିଥିନ ଜବତ

କଟକ, ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର)-  ଜୁଲାଇରୁ ପଲିଥିନ ଏବଂ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣାକୁ କଡାକଡି କରାଯାଇଛି। ରାଜ୍ୟ ସରକାର ପଲିଥିନକୁ ନିଷିଦ୍ଧ କରିବାକୁ ପ୍ରତ୍ୟେକ ଜିଲ୍ଲାପାଳ ଏବଂ ମହାନଗର ନିଗମର କମିସନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପଲିଥିନ ବ୍ୟବହାର ଉପରେ କଟକଣାକୁ କଡାକଡି କରିଛି କଟକ ମହାନଗର ନିଗମ(ସିଏମସି)। ସିଏମସି ଡେପୁଟି କମିସନର ଅଜୟ ମହାନ୍ତିଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଚୌଧୁରୀ ବଜାର ସମେତ ଝୋଲାସାହି, ନନ୍ଦିସାହି ଏବଂ ପିଠାପୁର ଅଞ୍ଚଳରେ ଚଢଉ କରିଥିଲା। ପ୍ରାୟ ୧୦ଟି ଦୋକାନରେ ଚଢ଼ଉ କରାଯାଇ ୫୦ କେଜି ପ୍ଲାଷ୍ଟିକ ଗ୍ଲାସ, ପଲିଥିନ ଜବତ ହୋଇଛି। ଏଥିସହ ବିଭିନ୍ନ ଦୋକାନୀଙ୍କଠାରୁ ପ୍ରାୟ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ତେବେ ପ୍ରଥମ ଦିନରେ ଜୋରିମାନା ଆଦାୟକୁ କୋହଳ କରାଯାଇ ବ୍ୟବସାୟୀଙ୍କୁ ସଚେତନ କରାଯାଇଥିଲା। ଆଗାମୀ ଦିନରେ ଯଦି ପଲିଥିନ ବ୍ୟବହାର କିମ୍ବା ବିକ୍ରି କରନ୍ତି ସେମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.