Friday , August 12 2022
Breaking News
Home / ବିଶେଷ / ନଭି ମୁମ୍ବାଇରେ ରଥଯାତ୍ରା , ଛେରାପହଁରା କଲେ ଓଡ଼ିଆ ପୁଅ, ବର୍ଷାରେ ରଥ ଟାଣିଲେ ଭକ୍ତ

ନଭି ମୁମ୍ବାଇରେ ରଥଯାତ୍ରା , ଛେରାପହଁରା କଲେ ଓଡ଼ିଆ ପୁଅ, ବର୍ଷାରେ ରଥ ଟାଣିଲେ ଭକ୍ତ

ମୁମ୍ବାଇ/ ଭୁବନେଶ୍ୱର, ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର)- ନଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା କରାଯାଇଥିଲା । ଏହି ଅବସରରେ ଠାକୁରଙ୍କ ପହଣ୍ଡି ବିଜେ ଓ ନୀତି ପୂଜା ପରେ ଶ୍ରୀଜିଉଙ୍କ ନିକଟରେ ଓଡ଼ିଆ ପୁଅ ରାମ ପ୍ରସାଦ ମୁଦୁଲି ଛେରା ପହଁରା କରିଥିଲେ । ପାରମ୍ପରିକ ଘଂଟ ବାଦ୍ୟରେ ପୂଜା କରାଯାଇଥିଲା । ଏହା ପରେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ପ୍ରାୟ ୧୦ହଜାର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ । ବର୍ଷାରେ ରଥ ଟାଣି ଭକ୍ତମାନେ ନଭି ମୁମ୍ବାଇର ଖରଘର ସେକ୍ଟର ୩ରୁ ସେକ୍ଟର ୧୨ ପର୍ଯ୍ୟନ୍ତ ରଥ ଟାଣି ନେବା ପରେ ମାଉସିମା ମନ୍ଦିରକୁ ନେଇଥିଲେ । ଏହା ପରେ ପ୍ରସାଦ ସେବନ ଓ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଚୋରି ଜିନିଷ ଉଦ୍ଧାର:  ୪ଚୋର ଗିରଫ

 ନିରାକାରପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଥାନା ଅଂଚଳରେ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ପୋଲିସ କୁ …

Leave a Reply

Your email address will not be published.