Thursday , August 18 2022
Breaking News
Home / ସ୍ୱାସ୍ଥ୍ୟ / ଜାତୀୟ ଡାକ୍ତର ଦିବସ ପାଳିତ

ଜାତୀୟ ଡାକ୍ତର ଦିବସ ପାଳିତ

କଟକ, ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର)-  ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)ର କଟକ ଶାଖା ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଆଇଏମଏ ହାଉସଠାରେ ଅୟୋଜିତ ସାଧାରଣ ସଭାରେ ଅତିଥି ଭାବେ ସିଏମସି ମେୟର ସୁବାସ ସିଂହ, ଡିସିପି ପିନାକ ମିଶ୍ର ଯୋଗ ଦେଇଥିଲେ। ଜାତୀୟ ଉପାଧ୍ୟକ୍ଷ ଡ. ଜନ୍ମେଜୟ ମହାପାତ୍ର, ରାଜ୍ୟ ସମ୍ପାଦକ ପ୍ରଫେସର ଡ. ବଜ୍ରକିଶୋର ଦାଶ, ରାଜ୍ୟ କୋଷାଧ୍ୟକ୍ଷ ସମ୍ପାଦକ ଡ. ମୃତ୍ୟୁଞ୍ଜୟ ମହାପାତ୍ର, ସୋସିଆଲ ୱେଲଫେୟାର ସମ୍ପାଦକ ଡ. ସମ୍ରାଟ କର ଉପସ୍ଥିତ ଥିଲେ। ଏହି ଅବସରରେ ସମାଜରେ ମହିଳାଙ୍କ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରଥମ ଥର ଲାଗି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରଫେସର ଡ. ନିବେଦିତା ପାଣି, ପ୍ରଫେସର ଡ. ପଦ୍ମାଳୟ ଦେବୀ, ଅଧୀକ୍ଷକ ଡ. ରେଖା ଦାସ, ପ୍ରଫେସର ଡ. ଲୁସି ଦାସ, ପ୍ରଫେସର ଡ. ମାୟା ପାଢ଼ୀ, ପ୍ରଫେସର ଡ. ସୁଜାତା ମିଶ୍ର, ପ୍ରଫେସର ଡ. ସୁଭଦ୍ରା ପରିଡ଼ା, ପ୍ରଫେସର ଡ. ଚିନ୍ମୟୀ ମହାପାତ୍ର, ପ୍ରଫେସର ଡ. ପ୍ରତିଭା ପଣ୍ଡା, ପ୍ରଫେସର ଡ. ସବିତା ମହାପାତ୍ର, ପ୍ରଫେସର ଡ. ଜୟଶ୍ରୀ ଦୋରା, ପ୍ରଫେସର ଡ. ସଘଂମିତ୍ରା ପତି, ଡ. ସଞ୍ଜୁକ୍ତା ସାହୁ, ଡ. ଗୁନୁରାଣୀ ପଟ୍ଟନାୟକ, ଡ. ଉର୍ମିଳା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ସମ୍ରାଟ କରଙ୍କ ସମ୍ପାଦନାରେ  ପ୍ରସ୍ତୁତ କୋଭିଡ-୧୯ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଶାଖାର ସଭାପତି ପ୍ରଫେସର ଡ. ବନବିହାରୀ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଡ. ଶକ୍ତି ପ୍ରସାଦ ଦାସ ଅତିଥି ପରିଚୟ ଦେଇଥିଲେ। ଆଇଏମଏର ସମ୍ପାଦକ ଡ. ଦେବୀପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ :ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ

କନ୍ଧମାଳ,୧୨/୦୮/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପରିସରରେ ଶୁକ୍ରବାର ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ …

Leave a Reply

Your email address will not be published.