Friday , August 12 2022
Breaking News
Home / ଶିକ୍ଷା /    ଜରାଜିର୍ଣ୍ଣ ଅବସ୍ଥାରେ ବ୍ଳକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ 

   ଜରାଜିର୍ଣ୍ଣ ଅବସ୍ଥାରେ ବ୍ଳକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ 

ଗରଦପୁର , ୦୨/୦୭/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଠାରେ ରହିଥିବା ଗରଦପୁର ବ୍ଲକ୍ ର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜରାଜିର୍ଣ୍ଣ ଅବସ୍ଥାରେ ରହିଥିବାର ଦେଖାଯାଇଛି । ଗତ ୭.୬.୨୦୦୮ ମସିହାରେ ଏହି କାର୍ଯ୍ୟାଳୟ ଗୃହ ଉଦଘାଟନ କରାଯାଇଥିବା ବେଳେ,ଖୁବ୍ କମ୍ ଦିନ ମଧ୍ୟରେ ଏହି କାର୍ଯ୍ୟାଳୟ ଗୃହ ଜରାଜିର୍ଣ୍ଣ ଅବସ୍ଥାକୁ ଆସିଯାଇଥିବା ବୁଦ୍ଧିଜିବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ପ୍ରକାଶ ଯେ, ଏହି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଇଷ୍ଟାବ୍ଲିସମେଂଟ ଗୃହର ଘର ମଧ୍ୟ କାନ୍ଥ ପାଶ୍ୱର୍ ଅସୁରକ୍ଷିତ ଅବସ୍ଥାରେ ରହିଛି । ଘରର ଝରକା ପାଶ୍ୱର୍ରୁ କଂକ୍ରିଟ୍ ମାନ ଖସୁଥିବାର ଦେଖାଯାଇଛି । ଝରକା ଗ୍ରୀଲ୍ ପାଶ୍ୱର୍ରୁ କଂକ୍ରିଟ  ଖସିଯାଇ ଥିବାବେଳେ,ଗୃହରେ କାର୍ଯ୍ୟ କରାଯାଉଥିବା କମ୍ପ୍ୟୁଟର ସିଟ୍ ପଛ ପାଶ୍ୱର୍ କାନ୍ଥରୁ ମଧ୍ୟ କଂକ୍ରିଟ୍ ଖସିଥିବାର ଦେଖାଯାଇଛି । ଏହି ଗୃହରେ ରହିଥିବା ଝରକା ମଧ୍ୟରୁ ୪ଗୋଟି ଝରକା ପାଶ୍ୱର୍ରେ ଏହି ପରି କଂକ୍ରିଟ୍ ଖସୁଥିବା ଅବସ୍ଥା ସୃଷ୍ଟି ହୋଇଥିବାର ଦେଖାଯାଇଛି । ଘର ମଧ୍ୟରେ ଦିଆଯାଇଥିବା ରଙ୍ଗ ମଧ୍ୟ ଠାଏ ଠାଏ ଖସିଯାଇଥିବାର ଦେଖାଯାଇଛି ।  ଏ ସମ୍ପର୍କରେ ଗରଦପୁର ବ୍ଳକ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀଙ୍କୁ ପଚାରିବାରେ ସେ କହନ୍ତି ଯେ, ଅଫିସ୍ ଗୃହର ଇଷ୍ଟାବ୍ଲିସମେଂଟ ଗୃହର ଅବସ୍ଥା ଶୋଚନୀୟ ହୋଇପଡିଛି । ଗୃହର କାନ୍ଥ ପାଶ୍ୱର୍ରୁ ଠାଏ ଠାଏ କଂକ୍ରିଟ୍ ଓ ରଙ୍ଗ ଖସୁଥିବା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ଅଫିସ୍ ରେ ଅଧିକ ଗୃହ ନ ଥିବାରୁ ଏହି ଗୃହରେ ଇଷ୍ଟାବ୍ଲିସମେଂଟ ସେକ୍ସନ୍ ର କାର୍ଯ୍ୟ କରାଯାଉଛି । ପାନୀୟ ଜଳର ସୁବିଧା ପାଇଁ ଏହି କାର୍ଯ୍ୟାଳୟ ପରିସରରେ କୌଣସି ନଳକୂପ ସ୍ଥାପନା କରାଯାଇ ନ ଥିବାବେଳେ,ଏଠାକୁ ପାନୀୟ ଜଳ ଯୋଗାଣର କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଦୈନିକ ଏହି କାର୍ଯ୍ୟାଳୟକୁ ଆସୁଥିବା ବହୁ ସଂଖ୍ୟକ ଲୋକମାନେ ପାନୀୟ ଜଳ ପାଇଁ ଅସୁବିଧାରେ ପଡୁଥିବାର ଦେଖାଯାଉଛି । ଏହି କାର୍ଯ୍ୟାଳୟକୁ ମରାମତି କରାଯିବା ସହିତ କାର୍ଯ୍ୟାଳୟ ପରିସରରେ ନଳକୂପ ସ୍ଥାପନା ନେଇ ଦାବି କରାଯାଇଛି ।    ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.