ରଘୁନାଥପୁର, ୦୨/୦୭/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ବୃନ୍ଦାବନଚନ୍ଦ୍ର ସରକାରୀ ଉଚ ବିଦ୍ୟାଳୟ ପରିସରରେ ୭୩ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ରୀତା ରାଉତ ଙ୍କ ତତ୍ୱାବଧାନରେ କଟକ ବନ ଖଣ୍ଡ ଜଗତସିଂହପୁର ବନାଂଚଳର ରେଂଜ ଅଫିସର ଶ୍ରୀ ରବି ନାରାୟଣ ମହାନ୍ତି, ଫରେଷ୍ଟର ସୁପ୍ରଭା ଜେନାମଣି, ସୁକାନ୍ତ ବେହେରାଙ୍କ ଆୟୋଜିତ ଏହି ଉତ୍ସବରେ ଜିଲା ଦୌରାଜଜ ଅନୁପ କୁମାର ଚନ୍ଦନ , ଅତିରିକ୍ତ ଜିଲା ଜଜ ରାଜଶ୍ରୀ ମହାପାତ୍ର, ଜିଲା ଆଇନ ସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢ଼ୀ, ଜେଏମଏଫସି ଝିଲି ଲୀନା ନାୟକ ଅତିଥି ଭାବେ ଯୋଗଦେଇ ବନ ମହୋତ୍ସବର ମହତ୍ୱ ବିଷୟରେ ପ୍ରକାଶ କରିବା ସହିତ ବୃକ୍ଷହିଁ ଜୀବନ , ବୃକ୍ଷ ବଂଚିଲେ ପରିବେଶ ବଂଚିବ , ପରିବେଶ ବଂଚିଲେ ଜୀବ ଜଗତ ବଂଚି ରହିବ ବୋଲି କହିଥିଳେ । ଆଗାମୀ ଭବିଷ୍ୟତ ପିଢ଼ୀକୁ ବଂଚାଇ ରଖିବାକୁ ହେଲେ ପ୍ରତ୍ୟେକ ନିଜ ବାଡ଼ି ବଗିଚା ଓ ସରକାରୀ ବେସରକାରୀ ଜାଗାରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା କିଛି କିଛି ଗଛ ଲଗାଇବା ସହିତ ଏହାର ଯତ୍ନ ନେବା ଉଚିତ ବୋଲି ପ୍ରକାଶ କରିଥିଳେ । ବନାଂଚଳ ତରଫରୁ ଚଳିତ ବର୍ଷ ଜିଲାରେ ୮୦ ହଜାର ଗଛ ବଂଟା ଯିବାକୁ ଥିବାବେଳେ ଗ୍ରାମଂଚଳ ର ପ୍ରତ୍ୟେକ ବ୍ୟକ୍ତି ବିଶେଷ ୧୦ ଟି ଓ ସହରାଂଚଳର ବ୍ୟକ୍ତି ବିଶେଷ ୫ ଟି ଲେଖାଏ ଗଛ ନେଇ ପାରିବେ । ସେହିପରି ସ୍କୁଲ , କଲେଜ ଓ ବିଭିନ୍ନ ଅନୁଷ୍ଠାନ ୧୦୦ ରୁ ୨୦୦ ଗଛ ସମ୍ପୂର୍ଣ୍ଣ ମାଗଣାରେ ନେଇ ପାରିବେ ବୋଲି ରେଂଜ ଅଫିସର ଶ୍ରୀ ମହାନ୍ତି ପ୍ରକାଶ କରିଥିଳେ । ଏହି ଅବସରରେ ଆଜି ସ୍କୁଲ ପରିସରରେ ପିଲା ମାନଙ୍କୁ ନେଇ ୧୦୦ ଟି ଗଛ ଲଗାଯାଇଥିଳା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଫରେଷ୍ଟ ଗାର୍ଡ଼ ଭାରତୀ କାଣ୍ଡି, ଏସିଏଫ ସୌଭାଗ୍ୟ କୁମାର ସାହୁ, ପାରା ଷ୍ଟାଫ ଦିଲିପ ମହାନ୍ତି, ଲୋକନାଥ ମହାନ୍ତି, ସହଯୋଗୀ କ୍ଷିରୋଦ କୁମାର ଦାସ, ମନୋଜ କୁମାର ସ୍ୱାଇଁ, ତପନ କୁମାର ସ୍ୱାଇଁ, ଗୋବିନ୍ଦ ଓଝା, ପୂର୍ବତନ ସରପଂଚ ସୁସିଲ କୁମାର ଜେନା , ଶୁଭଲକ୍ଷ୍ମୀ ନାୟକ, ନୀରଂଜନ ବାରିକ, ଅବନୀ ମହାରଣା, ପ୍ରସନ୍ନ ଦାସ ପ୍ରମୁଖ ସହାୟତାର ହାତ ବଢ଼ାଇଥିଲେ । ଓଡ଼ିଶା ସମାଚାର
