ଗରଦପୁର , ୦୨/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ପାଟକୁରା ଅଂଚଳରେ ଘଡଘଡି ସହିତ ବର୍ଷା ହୋଇଯାଇଛି । ଫଳରେ ଅଂଚଳର ବହୁ ସ୍ଥାନରେ ବିଦ୍ୟୁତ୍ ଯୋଗାଣରେ ବାଧାପ୍ରାପ୍ତ ହୋଇଛି । ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଥିବାରୁ ଉପଭୋକ୍ତା ମହଲରେ ଗଭୀର ଅସନ୍ତାଷ ପ୍ରକାଶ ପାଉଛି । ମାର୍ଶାଘାଇ ବିଦ୍ୟୁତ୍ ଡିଭିଜନ ଅନ୍ତର୍ଗତ ନୂଆପଡା ଠାରେ ଥିବା ବିଦ୍ୟୁତ୍ ସେକ୍ସନ ଅଫିସ୍ ପରିସର ମଧ୍ୟରେ ଅଂଚଳକୁ ବିଦ୍ୟୁତ୍ ଯୋଗାଣ ସୁଗମ କରିବା ପାଇଁ ସରକାର ବିଦ୍ୟୁତ୍ ଷ୍ଟ୍ରକଚର ପ୍ରତିଷ୍ଟା କରିଛନ୍ତି । ଏହି ବିଦ୍ୟୁତ୍ ଷ୍ଟ୍ରକଚରରୁ ଗରଦପୁର,ମାର୍ଶାଘାଇ ଓ ମହାକାଳପଡା ବ୍ଳକ ଅଂଚଳର ବହୁ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ଯୋଗାଣ କରାଯାଉଛି । ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଥିବାରୁ ଅଂଚଳର ବିଭିନ୍ନ ଗ୍ରାମମାନଙ୍କରେ ରହିଥିବା ପାନୀୟ ଜଳ ଯୋଗାଣର ପ୍ରକଳ୍ପଗୁଡିକ ବନ୍ଦ ରହୁଛି । ଫଳରେ ପାନୀୟ ଜଳ ଯୋଗାଣରେ ଘୋର ବାଧାପ୍ରାପ୍ତ ଘଟୁଛି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପାଟକୁରା ବଜାରକୁ ବିଦ୍ୟୁତ୍ ଯୋଗାଣ ସ୍ୱଭାବିକ ହୋଇ ପାରି ନ ଥିଲା । ବିଦ୍ୟୁତ୍ କର୍ମଚାରୀମାନେ ଯଦି ନିୟମିତ ଭାବରେ ପେଟ୍ରୋଲିଂ କରନ୍ତେ ,ତେବେ ଏପରି ଭାବରେ ବାରମ୍ବାର ବିଦ୍ୟୁତ୍ କାଟ୍ ହୁଅନ୍ତା ନାହିଁ ବୋଲି ଉପଭୋକ୍ତା ମହଲର ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
Check Also
ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍
ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …