Friday , August 12 2022
Breaking News
Home / ବିଶେଷ / ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ , ଷ୍ଟ୍ରେଚରରେ ୨ କିମି ଆସିବା ପରେ ଜଙ୍ଗଲରେ ପ୍ରସବ , ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ , ଷ୍ଟ୍ରେଚରରେ ୨ କିମି ଆସିବା ପରେ ଜଙ୍ଗଲରେ ପ୍ରସବ , ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

ରାୟଗଡ଼ା, ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର)-  ଗାଁକୁ ରାସ୍ତା ନ ଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ। ମହିଳାଙ୍କୁ ଷ୍ଟ୍ରେଚରରେ ବୋହିନେଲେ। ତେବେ ଦୁର୍ଗମ ରାସ୍ତାରେ ବୁହାହୋଇ ନେବା ସମୟରେ ମହିଳା ଜଣକ ଜଙ୍ଗଲ ମଧ୍ୟରେ ଜନ୍ମଦେଲେ ନବଜାତ ଶିଶୁ କନ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସାରିଝଲା ଗ୍ରାମରେ ।

ଉକ୍ତ ଗ୍ରାମର ଡିକଚି କାଡ୍ରାକାଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ପରିବାର। କିନ୍ତୁ ଉକ୍ତ ଗ୍ରାମଟି ନିୟମଗିରି ପାହାଡ଼ିଆ ଅଞ୍ଚଳରେ ହୋଇଥିବାରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଅସହ୍ୟ ପ୍ରସବ ବେଦନାରେ ଜର୍ଜରିତ ମହିଳାଙ୍କୁ ତୁରନ୍ତ ଚିକିତ୍ସାଳୟରେ ପହଞ୍ଚାଇବା ଲାଗି ବଦାନ୍ୟତା ଦେଖାଇଲେ  ଆମ୍ବୁଲାନ୍ସ ଚାଳକ ଉମାକାନ୍ତ ଦଳପତି, ଫାର୍ମାସିଷ୍ଟ ଦୁର୍ଗା ପ୍ରସାଦ ଜେନା ଓ ହେଲପର ମେଡ଼ି ବାବୁନି । ଷ୍ଟ୍ରେଚର ଯୋଗେ ଦୀର୍ଘ ଦୁଇ କିଲୋମିଟର ଆଣିବା ପରେ ଜଙ୍ଗଲ ମଧ୍ୟରେ ନବଜାତ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ପ୍ରସୂତି ମହିଳା। ପରେ ଉଭୟଙ୍କୁ ସୁରକ୍ଷିତ ଭାବେ ଆମ୍ବୁଲାନ୍ସ କର୍ମଚାରୀ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ମା ଓ ନବଜାତ ଶିଶୁ କନ୍ୟା ସୁସ୍ଥଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭକି ମହାନ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି। ଓଡ଼ିଶା ସମାଚାର

About admin

Check Also

ଚୋରି ଜିନିଷ ଉଦ୍ଧାର:  ୪ଚୋର ଗିରଫ

 ନିରାକାରପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଥାନା ଅଂଚଳରେ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ପୋଲିସ କୁ …

Leave a Reply

Your email address will not be published.