Friday , August 12 2022
Breaking News
Home / ସ୍ୱାସ୍ଥ୍ୟ / କଡ ଲେଉଟାଲା କରୋନା:ଭୂଵନେଶ୍ୱର ପରେ କଟକରେ ମାସ୍କ ପିନ୍ଧିଵା ଜରୁରୀ ହେଲା

କଡ ଲେଉଟାଲା କରୋନା:ଭୂଵନେଶ୍ୱର ପରେ କଟକରେ ମାସ୍କ ପିନ୍ଧିଵା ଜରୁରୀ ହେଲା

କଟକ ସଦର, ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦୀର୍ଘ ଦୁଇ ଵର୍ଷ ଧରି କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ କିଛି ଦିନ ହେଲା ତାହା ପଳାଇଥିବା ଭଳି ମନେ ହେଉଥିଲା। ଏଥିପାଇଁ ଲୋକମାନେ ଟିକେ ଆଶ୍ୱସ୍ତି ଅନୁଭଵ କରୁଥିଲେ।ହେଲେ କରୋନା ପୁଣି କଡ ଲେଉଟାଇଛି। ଏଥିପାଇଁ ଦୁଇ ଦିନ ତଳେ ଭୂଵନେଶ୍ୱରରେ ମାସ୍କ ପିନ୍ଧିଵା, ସାମାଜିକ ଦୂରତା ରକ୍ଷା କରିଵା ଏବଂ ସଚେତନ ରହିଵାକୁ ଵିଏମସି ପକ୍ଷରୁ କଡାକଡି ପଦକ୍ଷେପ ନିଆ ଯାଇଥିଲା।ହେଲେ କଟକରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭୂଵନେଶ୍ୱର ଭଳି କଟକରେ ମଧ୍ୟ ଏହି ନିୟମ ମାନିବାକୁ ସିଏମସି ପକ୍ଷରୁ ମାର୍ଗଦର୍ଶିକା ଆଜି ଶନିବାର ପ୍ରକାଶ ପାଇଛି।ଏହାକୁ ନମାନିଲେ ପୂର୍ବ ଭଳି ଜୋରିମାନା ଆଦାୟ ସହିତ ତାଲାଵନ୍ଦୀ ଭଳି ପରିସ୍ଥିତି ଉପୁଜିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ। ଓଡ଼ିଶା ସମାଚାର

About admin

Check Also

ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ …

Leave a Reply

Your email address will not be published.