ଜୁନାଗଡ଼ , ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ପ୍ରଚେତା ପ୍ରଜ୍ଞା ପଣ୍ଡା ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ କଲାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତ।ସେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ସୁନ୍ଦର ଫୋଟୋ ଚିତ୍ର ତିଆରିକରି ଏହି ସଫଳତା ପାଇଛନ୍ତି।ସେ କରିଥିବା ଏହି ଫୋଟୋ ଚିତ୍ର ଲମ୍ବ ୧୪ଇଞ୍ଚ ଓ ଚଉଡା ୧୮ ଇଞ୍ଚ ରହିଛି। ଏହି ସଫଳତା ପରେ ଜିଲ୍ଲା ରୁ ବିଭିନ୍ନ ମହଳରୁ ଶୁଭେଚ୍ଛା ର ସୁଅ ଛୁଟୁଛି। ବରିଷ୍ଠ ଖବରଦାତା ପ୍ରଶାନ୍ତ ପଣ୍ଡା ଙ୍କ ସେ ଏକ ମାତ୍ର ଝିଅ ଅଟନ୍ତି। ଆଗାମି ଦିନରେ ଏପରି ଫୋଟୋ ଚିତ୍ର ତିଆରି କରି ଗିନିଜ ବୁକରେ ସ୍ଥାନ ପାଇବାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଓଡ଼ିଶା ସମାଚାର
