Thursday , August 18 2022
Breaking News
Home / ବିଶେଷ / ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ ସଫେଇ କରାଯାଇଥିଲା । ସମିତିର ପ୍ରାକ୍ତନ ଜିଲ୍ଲା ସଭାପତି ରାମଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ପ୍ରାକ୍ତନ ଆବାହକ ପ୍ରବୋଧ କୁମାର ରାୟ, ଆବାହକ ନୃସିଂହ ଚରଣ ତ୍ରିପାଠୀ, ଗୌରାଙ୍ଗ ମୁଦୁଲି, ଲକ୍ଷ୍ମଣ ସାହୁ, ସେବା ସଂଯୋଜକ ପରିକ୍ଷିତ ସାହୁ, ମନୋଜ ସୂତାର, କିଶୋର ଭାଇ, ମଂଟୁଭାଇ,ମିଲୁ ଭାଇ ଓ ଭଉଣୀ ଅଙ୍ଗୁରବାଳା ସ୍ୱାଇଁ, ପ୍ରମିଳା ସାହୁ, ସାବିତ୍ରୀ ସେଠୀ, ଉଷାରାଣୀ ନାୟକ, ନିହାରିକା ସ୍ୱାଇଁ, କାବେରୀ ଆଚାର୍ଯ୍ୟ, ମୀରା ରାୟଙ୍କ ସମେତ ଅନ୍ୟମାନେ ଯୋଗଦେଇ ମନ୍ଦିର ବେଢା ପରିସରକୁ ସଫେଇ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.