Thursday , August 18 2022
Breaking News
Home / ବିଶେଷ / ଶ୍ରୀଗୁଣ୍ଡିଚାରେ କେନ୍ଦ୍ରାପଡା ପ୍ରଧାନ ଡାକଘରେ ‘ସ୍ୱତନ୍ତ୍ର ରଦ୍ଧକରଣ ମୋହର’ ଉନ୍ମୋଚିତ

ଶ୍ରୀଗୁଣ୍ଡିଚାରେ କେନ୍ଦ୍ରାପଡା ପ୍ରଧାନ ଡାକଘରେ ‘ସ୍ୱତନ୍ତ୍ର ରଦ୍ଧକରଣ ମୋହର’ ଉନ୍ମୋଚିତ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଉପଲକ୍ଷେ କେନ୍ଦ୍ରାପଡା ଡାକମଣ୍ଡଳ ପକ୍ଷରୁ ଏକ ‘ସ୍ୱତନ୍ତ୍ର ରଦ୍ଧକରଣ ମୋହର’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡା ପ୍ରଧାନ ଡାକଘର ପରିସରରେ କେନ୍ଦ୍ରାପଡା ଡାକମଣ୍ଡଳର ଡାକ ଅଧିକ୍ଷକ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଉତର ଡାକ ପରିମଣ୍ଡଳର ସହକାରୀ ଡାକ ଅଧିକ୍ଷକ ପରମେଶ୍ୱର ନାୟକ, କେନ୍ଦ୍ରାପଡା ଦକ୍ଷିଣ ଡାକ ପରିମଣ୍ଡଳର ଡାକ ନିରୀକ୍ଷକ ଆଦିତ୍ୟ କୁମାର ଜେନା, ପଟ୍ଟାମୁଣ୍ଡାଇ ଡାକ ନିରୀକ୍ଷକ ଗୌରୀଶ କୁମାର ଜେନା ଓ କେନ୍ଦ୍ରାପଡା ପ୍ରଧାନ ଡାକଘରର ମୁଖ୍ୟ ଡାକପାଳ ଜ୍ଞାନଚାନ୍ଦ ପରିଡା ପ୍ରମୁଖ ଯୋଗଦେଇ “ସ୍ୱତନ୍ତ୍ର ରଦ୍ଧକରଣ ମୋହର”ର ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଫିଲାଟେଲିଷ୍ଟ ହରିପଦ ପଣ୍ଡା, ଶରତ ଚନ୍ଦ୍ର ସାମନ୍ତରାୟ, ଆଡଭୋକେଟ ମହମ୍ମଦ ମୁସ୍ତାକଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲା ଓ ଆଖପାଖ ଅଂଚଳର ଡାକଟିକେଟ ସଂଗ୍ରହକାରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ଶ୍ରୀଗୁଣ୍ଡିଚା ପାଇଁ ଡାକଘର ଛୁଟିଥିଲେବି ଆଜି   ପୂର୍ବାହ୍ନ ୧୦ଘଟିକା ଠାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଲୋକମାନେ ରେଜିଷ୍ଟ୍ରୀ ପୋଷ୍ଟ ଓ ସ୍ପିଡ ପୋଷ୍ଟ ଡାକ ବୁକିଙ୍ଗ କରିବା ପାଇଁ କେନ୍ଦ୍ରାପଡା ପ୍ରଧାନ ଡାକଘର ଖୋଲାରହିଥିଲା ।  ଏହି ସମୟ ମଧ୍ୟରେ ପ୍ରଧାନ ଡାକଘରେ ବୁକିଂ ହୋଇଥିବା ରେଜିଷ୍ଟ୍ରୀ ପୋଷ୍ଟ ଓ ସ୍ପିଡ ପୋଷ୍ଟ ଡାକରେ “ସ୍ୱତନ୍ତ୍ର ରଦ୍ଧକରଣ ମୋହର” ଲଗାଯାଇଥିବା ଦେଖାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.