Friday , August 12 2022
Breaking News
Home / ତାଜା ଖବର / ବଜ୍ରପାତରେ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିଗଲା

ବଜ୍ରପାତରେ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିଗଲା

ଗରଦପୁର, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ବଜ୍ରପାତରେ ଗରଦପୁର ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ସରୋଜ ମହାରଣାଙ୍କ ଦୁଇ ବଖରା ଚାଳ ଛପର ଘର ସହିତ ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିବା ଖବର ମିଳିଛି । ଶୁକ୍ରବାର ରାତି ୯ ଟାରେ ହଠାତ ବିଜୁଳି ଘଡ଼ଘଡ଼ି ସହିତ ବହୁତ ଯୋର ରେ ବର୍ଷା ଆସିଥିଲା । ହେଲେ ବଜ୍ରପାତରେ ଏଭଳି ଘରପୋଡ଼ି ଘଟିଛି । ଘର ମଧ୍ୟରେ ଥିବା ଟିଭି, ଫ୍ରିଜ ଆଦି ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ସରପଞ୍ଚଙ୍କ ପ୍ରତିନିଧି ଉମେଶ ମହାରଣା ଘଟଣା ସ୍ଥଳରେ ତତକ୍ଷଣାତ୍ ପହଞ୍ଚି ଅଗ୍ନି ସେବା ବିଭାଗ ସହିତ ଯୋଗାଯୋଗ କରିଥିଲେ ।  ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ କେବଳ ପିନ୍ଧାଲୁଗା କି ଛାଡ଼ି ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଓଡ଼ିଶା ସମାଚାର

 

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.