Thursday , August 18 2022
Breaking News
Home / ବିଶେଷ / ପୁରୀ ରଥଯାତ୍ରା ପାଇଁ ସ୍ବାଗତଂ ଗେଟ୍ ର ଉଦଘାଟନ କଲେ ଅତିରିକ୍ତ ତହସିଲଦାର

ପୁରୀ ରଥଯାତ୍ରା ପାଇଁ ସ୍ବାଗତଂ ଗେଟ୍ ର ଉଦଘାଟନ କଲେ ଅତିରିକ୍ତ ତହସିଲଦାର

ନିରାକାରପୁର, ୦ ୧ / ୦୭ /୨୦୨୨(ଓଡ଼ିଶା ସମାଚାର)- ବିଶ୍ବ ପ୍ରସିଦ୍ଧ ପୁରୀ ଘୋଷଯାତ୍ରା ଅବସରରେ ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଏକ ସ୍ବାଗତଂ ଗେଟ୍ କରାଯାଇଛି। ଶରଣକୂଳ-ପୁରୀ ନୂଆ ଜଗନ୍ନାଥ ସଡକ ନିରାକାରପୁର ସାମ୍ବାଦିକ କାର୍ୟାଳୟ ନିକଟରେ ଏହି ଗେଟ୍ ନିର୍ମାଣ କରାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡିଶାରୁ ରଥଯାତ୍ରା ଦେଖିବାକୁ ପୁରୀ ଆସୁଥିବା ହଜାର ହଜାର ଜଗନ୍ନାଥ ଭକ୍ତଙ୍କୁ ଉତ୍ସାହିତ କରିବା ପାଇଁ ଏହି ସ୍ବାଗତଂ ଗେଟ୍ କରାଯାଇଛି। ଏହି ଗେଟ୍ କୁ ମୁଖ୍ୟ ଅତିଥି ଭାବେ ଟାଙ୍ଗି ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଦେହୁରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥଲେ। ଅନ୍ୟମାନଙ୍କ ମଧ୍ୟ ରେ ନିରାକାରପୁର ରାଜସ୍ବ ଅଧିକାରୀ ରମାକାନ୍ତ ନାୟକ ଓ ଭୁଷଣ୍ଡପୁର ରାଜସ୍ବ ନିରୀକ୍ଷକ ସଂଜୟ ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଯୋଗ ଦେଇଥିଲେ। ନିରାକାରପୁର ସାମ୍ବାଦିକ ସଭାପତି ଦୀପକ ପ୍ରଧାନ, ବିଭୁତି ଦାଶ, ହିମାଂଶୁ ଭୂଷଣ ଚପଂତିରାୟ, ବିକ୍ରମ ସାହୁ, ବାଲୁଙ୍କେଶ୍ୱର ବେହେରା ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ସାମାଜିକ କାର୍ୟ୍ୟ କୁ ଅତିଥି ଓ ଅଂଚଳର ବୁଦ୍ଧିଜିବୀ ଭୁଂୟସୀ ପ୍ରଶଂସା କରିଛନ୍ତି।ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.