Thursday , August 18 2022
Breaking News
Home / ବିଶେଷ / ପୁରୀ ରଥଯାତ୍ରାରେ କେନ୍ଦ୍ରମନ୍ତ୍ରୀ

ପୁରୀ ରଥଯାତ୍ରାରେ କେନ୍ଦ୍ରମନ୍ତ୍ରୀ

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସହ ମହା ଆନନ୍ଦରେ ମହାପ୍ରଭୁଙ୍କ ରଥ ଟାଣିବାର ସୌଭାଗ୍ୟ ଲାଭ କଲି – ଧର୍ମେନ୍ଦ୍ର ପ୍ରଧାନ

•    ଓଡ଼ିଶା ଏବଂ ବିଶ୍ୱବାସୀଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହ ଭକ୍ତଙ୍କ ମଙ୍ଗଳ କାମନା କଲେ

ପୁରୀ, ୦ ୧ / ୦୭ /୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସହ ରଥଯାତ୍ରାରେ ସାମିଲ ହୋଇ ଓଡ଼ିଶା ଏବଂ ବିଶ୍ୱବାସୀଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହ ଭକ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ସେହିପରି ରଥଯାତ୍ରା ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଓଡ଼ିଶାର ଜନସାଧାରଣଙ୍କୁ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ପରମ୍ପରାକୁ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା କରିବାକୁ ଆହ୍ୱାନ କରିଛନ୍ତି ।

ପୁରୀରେ ରଥଯାତ୍ରାରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରଥାରୁଢ଼ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିବା ମତପ୍ରକାଶ କରିଛନ୍ତି । ସେ କହିଛନ୍ତି ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସହ ମହା ଆନନ୍ଦରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣିବାର ସୌଭାଗ୍ୟ ପାଇଲି । ତାଙ୍କ ଡ଼ୋରି ଲାଗିଲେ ହିଁ ଏଭଳି ଯାତ୍ରାକୁ ଦେଖିବାର ସୁଯୋଗ ମିଳେ ।

ଶ୍ରୀ ପ୍ରଧାନ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ରଥଯାତ୍ରା ହେଉଛି ସବୁ ଓଡ଼ିଆଙ୍କ ଭାବାବେଗର ମହାନ ପର୍ବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତିପୂର୍ଣ୍ଣ ପରିବେଶରେ ଏକାକାର ହେବାର ଅନନ୍ୟ ଯାତ୍ରା ହେଉଛି ଘୋଷଯାତ୍ରା । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ‘ମନ୍ କି ବାତ୍’ ରେ ପୁରୀର ପ୍ରସିଦ୍ଧ ରଥଯାତ୍ରା ଉପରେ ଆଲୋଚନା କରିଥିଲେ । ସେ କହିଥିଲେ ରଥଯାତ୍ରା ହେଉଛି ଏଭଳି ଏକ ଯାତ୍ରା, ଯେଉଁଥିରେ କେବଳ ଭକ୍ତମାନେ ସାମିଲ ହୋଇ ନ ଥା’ନ୍ତି । ଭଗବାନ ମଧ୍ୟ ଭ୍ରମଣରେ ଯାଇଥାନ୍ତି । ରଥଯାତ୍ରାରେ ଭଗବାନ ସମାଜର ସବୁ ବର୍ଗର ଲୋକଙ୍କ ସହ ସାମିଲ ହୋଇ ଯାତ୍ରା କରିଥାନ୍ତି । ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରାର ଏହି ମାନବୀୟ ସନ୍ଦେଶକୁ ପ୍ରଧାନମନ୍ତ୍ରୀ ନିଜର ଜୀବନ ଓ ସାମାଜିକ ଜୀବନରେ ଆପଣେଇବାକୁ ସନ୍ଦେଶ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.