Thursday , August 18 2022
Breaking News
Home / ବିଶେଷ / ଡିଟିଏଚ ଅପରେଟର ସଂଘ ଗଠିତ

ଡିଟିଏଚ ଅପରେଟର ସଂଘ ଗଠିତ

ଜୁନାଗଡ଼,୦ ୧ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଡିଟିଏଚ ଅପରେଟର ମାନଙ୍କୁ ନେଇ ଏକ ସଂଘ ଗଠନ କରାଯାଇଛି।ସ୍ଥାନୀୟ ହୋଟେଲ ଓରିଅନ ସଭାଗୃହରେ ଅନୁଷ୍ଠିତ ସଭାରେ ହୁଦାନନ୍ଦ ମାଝୀ ସଭାପତିତ୍ୱ କରିଥିବା ବେଳେ ଏକ ସଂଘ ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଂଘର ସଭାପତି ଭାବେ ସୁବାସ ଚନ୍ଦ୍ର ନାଏକ,ଉପସଭାପତି ଧନଞ୍ଜୟ ଦାସ,ସାଧାରଣ ସମ୍ପାଦକ ଆଜାଦ ରାଉତ, ସହ ସମ୍ପାଦକ ହୃଦାନନ୍ଦ ମାଝୀ, କୋଷାଧ୍ୟକ୍ଷ ଘନଶ୍ୟାମ ପଟେଲ ପ୍ରମୁଖ ନିର୍ବାଚିତ ହୋଇଥିଲେ।ଆଗାମୀ ଦିନରେ ଉତ୍ତମ ମାନର ଗ୍ରାହକ ସେବା ଯୋଗାଇବା ସହିତ ସଙ୍ଗଠନକୁ ସୁଦୃଢ଼ କରାଯିବା ପାଇଁ ସହମତି ପ୍ରକାଶ ପାଇଥିଲା। ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.