ଢେଙ୍କାନାଳ,୦ ୧ / ୦୭ /୨୦୨୨(ଓଡ଼ିଶା ସମାଚାର)- ଜମି ବାଡ଼ି ବିବାଦରୁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଟାଙ୍ଗିଆ ଚୋଟରେ ବାପର ମୁଣ୍ଡ ଗଡିଥିବାବେଳେ ପୁଅ ସମେତ ଦୁଇ ପୁତୁରା ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଲ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରା କାଟେଣି ଗ୍ରାମରେ ଆଜି ରାତିରେ ଏହି ପରିବାରିକ ସଂଘର୍ଷ ଘଟିଛି । ମୃତକ ହେଉଛନ୍ତି ଜୟପୁରାକାଟେଣି ଗ୍ରାମର ବୈକୁଣ୍ଠ ସାହୁ (୬୫)। ଗୁରୁତର ଆହତ ମାନେ ହେଉଛନ୍ତି ମୃତ ବୈକୁଣ୍ଠ ଙ୍କ ପୁଅ ରୋହିତ ସାହୁ ଓ ପୁତୁରା ସଞ୍ଜୟ ସାହୁ ଓ ସିଦ୍ଧାର୍ଥ ସାହୁ। ଗୁରୁତର ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ କାମାକ୍ଷାନଗର ଥାନା ପୁଲିସ ପହଂଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର
