Friday , August 12 2022
Breaking News
Home / ତାଜା ଖବର / Breaking News : ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏସଡ଼ିଜେଏମ ସ୍ମରଣିକା ପ୍ରଧାନଙ୍କର ମୃତ୍ୟୁ

Breaking News : ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏସଡ଼ିଜେଏମ ସ୍ମରଣିକା ପ୍ରଧାନଙ୍କର ମୃତ୍ୟୁ

ରାଇରଙ୍ଗପୁର,୩୦/୬/୨୦୨୨(ଓଡ଼ିଶା ସମାଚାର)- ଏକ ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏସଡ଼ିଜେଏମ ସ୍ମରଣିକା ପ୍ରଧାନଙ୍କର ମୃତ୍ୟୁ ହୋଇଛି । ୪୯ ନଂ ଜାତୀୟ ରାଜପଥ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଚାଇଁନେବଦା ଛକ ନିକଟରେ ଏକ ଇଲେକ୍ଟ୍ରି ଖୁଣ୍ଟରେ ତାଙ୍କ କାରଟି ପିଟି ହୋଇଯିବା ଫଳରେ ଏହି ଦୁର୍ଘଟଣା ଘଟିଛି । ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଯଶୀପୁର ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସେ ଛୁଟି ନେଇ ସ୍ୱାମୀ ଙ୍କ ସହିତ ରାଇରଙ୍ଗପୁରରୁ ନିଜଘର ପୁରୀକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ, କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବରହମପୁର ପଞ୍ଚାୟତ ପରଳା ଗାଁରେ ସ୍ମରଣିକା ପ୍ରଧାନଙ୍କ ବାପଘର । ସେ ଏହି ବ୍ଲକ ଅନ୍ତର୍ଗତ ଚିଲିକା ନୂଆପଡ଼ା ଅଁଳାକୁଦା ଗାଁରେ ବିଶ୍ବରଂଜନ ଜେନାଙ୍କୁ ବିବାହ କରିଥିଲେ । ପରଳା ଗାଁରେ ଏବେ ଦୁଇ ଦିନ ହେଲା ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଚାଲିଛି । ଏହି ୫ ଦିନିଆ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ସେ ସ୍ବାମୀଙ୍କ ସହିତ ଗାଁକୁ ଆସୁଥିଲେ। ସେହିପରି ଉଭୟ ସ୍ବାମୀ-ସ୍ତ୍ରୀ ଜୁନ୍‌ ୧ ତାରିଖରେ ପୁରୀ ଯାଇ ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତେ । ଓଡ଼ିଶା ସମାଚାର

About admin

Check Also

ଚୋରି ଜିନିଷ ଉଦ୍ଧାର:  ୪ଚୋର ଗିରଫ

 ନିରାକାରପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଥାନା ଅଂଚଳରେ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ପୋଲିସ କୁ …

Leave a Reply

Your email address will not be published.