Friday , August 12 2022
Breaking News
Home / ସ୍ୱାସ୍ଥ୍ୟ / ରଜଧାନୀରେ ପୁଣି କରୋନା କଟକଣା ଲାଗିଲା

ରଜଧାନୀରେ ପୁଣି କରୋନା କଟକଣା ଲାଗିଲା

ଭୁବନେଶ୍ୱର, ୩୦/୬/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ । ଦୈନିକ ସଂକ୍ରମଣ ସଂଖ୍ୟା ଏକ ସଂଖ୍ୟାରୁ ବଢ଼ି ତିନି ଅଙ୍କରେ ପହଂଚିଲାଣି । ଏବେକାର ସ୍ଥିତିକୁ ଦୃଷ୍ଟିରେ ରଖି ରଜଧାନୀ ଭୁବନେଶ୍ୱରରେ ପୁଣି କରୋନା କଟକଣା ଲାଗିଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ କଟକଣା ବଢ଼ାଇଛି । ମାସ୍କ ପରିଧାନ କରିବା ସହ ୨ ମିଟର ସାମାଜିକ ଦୂରତା ରକ୍ଷା କରିବା ପାଇଁ ବିଏମସି କମିଶନର୍ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ସପିଙ୍ଗ୍ ମଲ୍ ଏବଂ ଦୋକାନ ଗୁଡିକରେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି । ବାହାର କୌଣସି ସ୍ଥାନରେ ଛେପ ପକାଇବାକୁ ମଧ୍ୟ ବାରଣ କରାଯାଇଛି । ଏଥି ସହିତ ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ …

Leave a Reply

Your email address will not be published.