ବ୍ରହ୍ମପୁର, ୩୦/୬/୨୦୨୨(ଓଡ଼ିଶା ସମାଚାର)- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତର ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକ ଗିରଫ । ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଜଣେ ଛାତ୍ରୀ ପ୍ରଫେସର ଶ୍ରୀ ନାୟକଙ୍କ ବିରୁଦ୍ଧରେ ଅଶ୍ଳୀଳ ଆଚରଣ ନେଇ ଅଭିଯୋଗ କରିଥିଲେ । ୨ ଜଣ ଛାତ୍ର ମଧ୍ୟ ପ୍ରଫେସର ଶ୍ରୀ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସମ୍ପୃକ୍ତ ୨ ଛାତ୍ର ଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ପ୍ରଫେସର ଶ୍ରୀ ନାୟକ ଓ ତାଙ୍କୁ ଆକ୍ରମଣ କରିଥିବା ୨ ଛାତ୍ର ଙ୍କୁ ଗିରଫ କରାଯାଇ ଅଦାଲତ ଚାଳାଣ କରାଯିବା ସହ ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ ସମ୍ପୃକ୍ତ ୨ ଛାତ୍ରଙ୍କୁ କ୍ୟାମ୍ପସ ଆସିବା ମନା କରାଯାଇଛି । ଗିରଫ ୨ ଜଣ ଛାତ୍ର ଦୀନେଶ୍ ପାଢ଼ୀ ଓ ହୃଷିକେଶ ବାଡ଼ତ୍ୟା । ଓଡ଼ିଶା ସମାଚାର
Check Also
ଗଣେଶ୍ୱରଙ୍କ ଅକାଳ ମୃତୁ୍ୟରେ ଶୋକାକୁଳ ହୋଇପଡିଛି ଗ୍ରାମ
କେନ୍ଦ୍ରାପଡ଼ା, ୧୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତଗାଙ୍ଗପଡା ଗ୍ରାମପଂଚାୟତର ଗୋଗୁଆ ଗ୍ରାମର ଗଣେଶ୍ୱର ଓଝାଙ୍କର ୪୭ବର୍ଷ ବୟସରେ ଅକାଳ ମୃତୁ୍ୟ ହୋଇଯାଇଛି …