କଟକ ସଦର, ୩୦/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଥାନାରେ ଆଇଆଇସିଙ୍କ ଠାରୁ ନ୍ୟାୟ ପାଇବା ପରିବର୍ତ୍ତେ ମାନସିକ ନିର୍ଯ୍ୟାତନାର ଶିକାର ହୋଇଥିବା ଜନୈକ ଦୀନବନ୍ଧୁ ବିଷୋୟୀ ଥାନା ପରିସରରେ ଦେହରେ ନିଆଁ ଲଗାଇ ପୋଡି ମରିଥିଵା ଏହ ହୃଦୟ ବିଦାରକ ସମ୍ବେଦନଶୀଳ ଘଟଣାକୁ ୮ ଦିନ ଵିତିଯାଇଥିଵା ଵେଳେ ଘଟଣାର ୫ ଦିନ ପରେ ଲୋକଙ୍କ ଅସନ୍ତୋଷକୁ ଚାପିଦେଵା ଲାଗି ଆଇଆଇସି ସସ୍ମିତା ରଣାଙ୍କୁ କେଵଳ ନାମକୁ ମାତ୍ର ନିଲମ୍ବନ କରି ଵିଭାଗ ଚୁପ୍ ହୋଇ ବସି ରହିଥିବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭଳି ଏକ ସ୍ପର୍ଶକାତର ଘଟଣା ସମ୍ପର୍କରେ କଂଗ୍ରେସ ଆସନ୍ତା ବିଧାନସଭା ମୈ।ସୂମୀ ଅଧିବେଶନ ରେ ସରକାରଙ୍କୁ ଘେରି ପ୍ରଶ୍ନ କରିଵ ଵୋଲି କଟକ-ଵାରଵାଟି କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ ଆଜି ଗୁରୁବାର ଘୋଷଣା କରିଛନ୍ତି। ସୁଚନା ଯୋଗ୍ୟ ଯେ ଆଜିକୁ ୮ ଦିନ ପୂର୍ବେ ଅର୍ଥାତ୍ ୧୩ ତାରିଖ ଗୁରୁବାର ଦିନ ଏହି ଘଟଣା ଘଟିଥିଲା।ଏ ସମ୍ପର୍କରେ ଆଇଆଇସିଙ୍କ ପ୍ରତି ନିଲମ୍ବନ ଯଥେଷ୍ଟ ନୁହେଁ ବୋଲି ଦାଵିକରି ତାଙ୍କୁ ଚାକିରୀରୁ ବହିଷ୍କାର ସହିତ ଗିରଫ କରିବାକୁ ଜିଲ୍ଲା ଏସପି ଓ ମାନବାଧିକାର କମିଶନଙ୍କ ନିକଟରେ କଂଗ୍ରେସ ଦାବି ପତ୍ର ପ୍ରଦାନ କରିଥିଲା। ଏଥିସହିତ ଵାପାଙ୍କ ମୃତ୍ୟୁ ପାଇଁ ଆଇଆଇସି ସସ୍ମିତା ରଣା ସମ୍ପୁର୍ଣ୍ଣ ଦାୟି ଵୋଲି ଦର୍ଶାଇ ମୃତକଙ୍କ ପୁଅ ମଧ୍ୟ ଅନୁରୂପ ଭାଵେ ଉଭୟଙ୍କୁ ଦାଵି ଜଣାଇଥିଲେ।ହେଲେ ଏହି ସମ୍ବେଦନଶୀଳ ଘଟଣାକୁ ସତେଯେମିତି ବିଭାଗୀୟ ଉଚ୍ଚ ପଦାଧିକାରୀ ଅଣଦେଖା କରୁଥିବା ଅଭିଯୋଗ ହେଉଛି।ଯଦି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ପୋଲିସ୍ ବିଭାଗ ଉପରୁ ଜନସାଧାରଣଙ୍କ ଆସ୍ଥା କମିଯିବା ସମ୍ଭାବନା କୁ ଏଡାଇ ଦେଇ ହେଵ ନାହିଁ ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର
