Thursday , August 18 2022
Breaking News
Home / ବିଶେଷ / ୫୫ ନମ୍ଵର ଜାତୀୟ ରାଜପଥ କଡରେ ଥିବା ବେସରକାରୀ ଜମି ଅଧିଗ୍ରହଣ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ନୋଟିସ ଜାରି

୫୫ ନମ୍ଵର ଜାତୀୟ ରାଜପଥ କଡରେ ଥିବା ବେସରକାରୀ ଜମି ଅଧିଗ୍ରହଣ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ନୋଟିସ ଜାରି

କଟକ ସଦର, ୨୯/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ-ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥ ନବୀକରଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଏଵେ ଭୂ ଅର୍ଜନ ପ୍ରକୋଷ୍ଠ (ଜାତୀୟ ରାଜପଥ)ଙ୍କ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ କଟକ ସଦର ତହସିଲ ଅନ୍ତର୍ଗତ କନ୍ଦରପୁର ଓ ଅଥଙ୍ଗା ମୈ।ଜାରେ ଥିଵା ୧୩୫ ଜଣ ବେସରକାରୀ ବ୍ୟକ୍ତି ବିଶେଷଙ୍କୁ ସର୍ବସାଧାରଣ ଙ୍କ ଗୋଚରାର୍ଥେ ନୋଟିସ୍ ଜାରି କରାଯାଇଛି। ଏଥିରେ କନ୍ଦରପୁର ସ୍କୁଲ, ପଞ୍ଚାୟତ ଅଫିସ୍ ଓ କୃଷକ ସେବା ସମବାୟ ସମିତି ର କାର୍ଯ୍ୟାଳୟ ଥିଵା ଜଣାପଡିଛି।ନୋଟିସରେ ନାମ ଥିଵା ଜମି ମାଲିକ ମାନେ ସେମାନଙ୍କ ଜମିଜମାର କାଗଜାତ ସହ କଟକ ପ୍ରକୋଷ୍ଠରେ ହାଜର ହୋଇ ପକ୍ଷ ରଖିଵାକୁ କୁହାଯାଇଛି।ଯଦି କେହି ହାଜର ନହୁଅନ୍ତି ତେବେ ଜାତୀୟ ରାଜପଥ ଆଇନ୍ ୧୯୫୬ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ଆଜକୁ ୫ ଵର୍ଷ ହେଲା ଉକ୍ତ ରାସ୍ତା ଜାତୀୟ ରାଜପଥକୁ ଉନ୍ନିତ ହୋଇଥିଲା ଵେଳେ କାର୍ଯ୍ୟ ଆରମ୍ଭରେ ଅହେତୁକ ବିଳମ୍ବ ଘଟିଛି।ତେଵେ ପ୍ରଥମ ପର୍ଯ୍ୟାୟରେ କନ୍ଦରପୁର ଠାରୁ ବୋରିକିନା ପର୍ଯ୍ୟନ୍ତ ୯୪.୧୩ କି.ମି.ପାଇଁ ୪୯୯.୭୯ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଜମି ଅଧିଗ୍ରହଣ ଵାଧକ ସାଜିଥିବା ଜଣାପଡିଛି। ରାସ୍ତାର ସିଂହ ଭାଗ ଜଗତସିଂହପୁର ଜିଲ୍ଲା ପ୍ରଶାସନ ହାତରେ ରହିଥିବାବେଳେ କଟକ ଜିଲ୍ଲା ପ୍ରଶାସନ ହାତରେ ମାତ୍ର ୧୫.୩୩ କି.ମି. ରହିଛି । ତେଵେ ରାସ୍ତାର ନବୀକରଣ କାର୍ଯ୍ୟ ଯଥା ଶୀଘ୍ର ସାରିବାକୁ ସାଧାରଣ ରେ ଦାବି ହେଉଛି  । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.